fbpx

CWG-2022 ଭାରତୀୟ ଖେଳାଳିଙ୍କ ଦବଦବା: ଟେବୁଲ ଟେନିସ ଏବଂ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ

ବର୍ମିଂହାମ: କମନୱେଲଥ ଗେମ୍ସରେ ଆଉ ଏକ ସ୍ୱର୍ଣ୍ଣ ପଦକ ଉପରେ କବଜା କଲା ଭାରତ । ଟେବୁଲ ଟେନିସ ସିଙ୍ଗଲ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ସୁନାପୁଅ ଶରତ କମଲ । ସେପଟେ ଭାରତୀୟ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ମଧ୍ୟ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ । ଇଂଲଣ୍ଡର ଖେଳାଳିଙ୍କ ମାତ ଦେଇ ଏହି ସ୍ୱର୍ଣ୍ଣ ଭାରତକୁ ଉପହାର ଦେଇଛନ୍ତି ଭାରତୀୟ ଆଥଲେଟ୍ ।

ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ଖେଳାଳିମାନଙ୍କ ଦବଦବା ଜାରି ରହିଛି । ଏହାରି ମଧ୍ୟରେ ୨୨ ତମ ଗୋଲ୍ଡ ଜିତି ସାରିଛି ଭାରତ । ଟେବୁଲ ଟେନିସରେ ଭାରତର ସୁନାପୁଅ ଅଚନ୍ତା ଶରତ କମଲ ସ୍ୱର୍ଣ୍ଣ ପଦକ କବଜା କରିଥିବା ବେଳେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସାତ୍ୱିକ ସାଇରାଜ ଏବଂ ଚିରାଗ ଶେଟ୍ଟୀ । ତାଙ୍କ ପୂର୍ବରୁ ଭାରତର ଷ୍ଟାର ଆଥଲେଟ ପିଭି ସିନ୍ଧୁ ମଧ୍ୟ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ।

ପୁରୁଷ ଟେବୁଲ ଟେନିସ ପ୍ରତିଯୋଗିତାର ଫାଇନାଲରେ କମାଲ କରିଛନ୍ତି ଭାରତର ଭେଟେରାନ ଖେଳାଳି ଅଚନ୍ତା ଶରତ କମଲ । ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କୁ ୪-୧ରେ ପରାସ୍ତ କରି ଏହି ପଦକକୁ ନିଜ ନାମରେ କରିଛନ୍ତି ଶରତ । ପ୍ରଥମ ଗେମ୍ ହାରିବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି ଏହି ଭେଟେରାନ ଆଥଲେଟ୍ । ପିଚଫୋର୍ଡଭଙ୍କୁ ୧୧-୧୩, ୧୧-୭, ୧୧-୨, ୧୧-୬ ଏବଂ ୧୧-୮ରେ ମାତ ଦେଇଛନ୍ତି ଶରତ କମଲ । ଏହାସହିତ ନିଜ ନାମରେ ଏବଂ ଭାରତ ଖାତାରେ ସେ ୨୨ତମ ସ୍ୱର୍ଣ୍ଣ ପଦକ ଯୋଡିଛନ୍ତି ।

ସେପଟେ ସାତ୍ୱିକ ସାଇରାଜ ରଙ୍ଗରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ମଧ୍ୟ ଭାରତର ଆଉ ଦୁଇ ସୁନାପୁଅ ପାଲଟିଯାଇଛନ୍ତି । ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଇଂଲଣ୍ଡ ବିପକ୍ଷ ଫାଇନାଲକୁ ୨୧-୧୫ ଏବଂ ୨୧-୧୩ରେ ବିଜୟ ହାସଲକ ରିଛି ଭାରତ । ଇଂଲଣ୍ଡର ବେନ ଲେନ ଏବଂ ସିନ ୱେଣ୍ଡିଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଉପରେ ଉଭୟ ଖେଳାଳି ନିଜ ଅକ୍ତିଆର ଜାହିର କରିଛନ୍ତି ।

Get real time updates directly on you device, subscribe now.