fbpx

ଅମିତ ଶାହଙ୍କ ରୁଦ୍ଧଦ୍ୱାର ବୈଠକ, ଗାଁ, ୱାର୍ଡ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ରବିବାର ବିଳମ୍ବିତ ରାତିରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଅମିତ୍ ଶାହ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ ନେତା ଏବଂ ଦଳୀୟ କର୍ମୀ ।

ତେବେ ସକାଳେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ କଟକରେ “ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପାଣ କରିଥିଲେ ।

ତେବେ ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବୈଠକରେ ଗୃହମନ୍ତ୍ରି ବିଜେପି ନେତାଙ୍କୁ ତାଗିଦ୍ କରିଛନ୍ତି  । ସେ କହିଛନ୍ତି ଦିଆଯାଇଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ । ଗାଁ, ୱାର୍ଡ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିବାକୁ କହିବା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନର୍ଦ୍ଦେଶ ଦେଇଛନ୍ତି ଅମିତ ଶାହ ।

Get real time updates directly on you device, subscribe now.