fbpx

8TH Pay Commission କର୍ମଚାରୀଙ୍କ ଦରମାକୁ ନେଇ ଆସିଲା ବଡ ଅପଡେଟ: ଏମିତି କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ଦରମାକୁ ନେଇ ଏକବଡ ଅପଡେଟ ଦେଇଛନ୍ତି ସରକାର । ଅଷ୍ଟମ ବେତନ ଗଠନ ହେବ କି ନାହିଁ, ସେ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଅଷ୍ଟମ ବେତନ ଲାଗୁ ହେଲେ କର୍ମଚାରୀମାନଙ୍କ ସାଲାରୀ ରିଭାଇଜ ହେବା ସହ ଡିଏ ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ କର୍ମଚାରୀ । ବର୍ତ୍ତମାନ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ସୁବିଧା ଲାଗୁ ହୋଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସରକାରଙ୍କର ଏହି ନୂଆ ଅପଡେଟ ।

ତେବେ ଏହି ଅପଡେଟ କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ନିଜ କର୍ମଚାରୀମାନଙ୍କ ପାଇଁ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ଲୋକସଭାରେ ପ୍ରଶ୍ନ କରାଯାଇଥିଲା । ଏବେ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଛି ଏହାର ଉତ୍ତର । ଏ ପ୍ରସ୍ତାବ ନେଇ କୌଣସି ଆଲୋଚନା ହୋଇନାହିଁ କିମ୍ବା ଏହି ଆୟୋଗ ଗଠନ କରିବା ପାଇଁ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୂରୀ ।

ସୂଚନା ଅନୁସାରେ, ୧୯୪୭ ମସିହାରୁ ଏବେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ଗଠନ ହୋଇଛି ୭ଟି ବେତନ ଆୟୋଗ । ପ୍ରତ୍ୟେକ ୧୦ ବର୍ଷରେ ଥରେ ବେତନ ନିୟମରେ ପରିବର୍ତ୍ତନ ଆଣିଥାନ୍ତି କେନ୍ଦ୍ର ସରକାର । ଭାରତର ପ୍ରଥମ ବେତନ ଆୟୋଗ ୧୯୪୬ ମସିହା ଜାନୁୟାରୀ ମାସରେ ଗଠନ ହୋଇଥିଲା ।

Get real time updates directly on you device, subscribe now.