fbpx

“ମୋଦି@୨୦: ଡିମ୍ସ ଡେଲିଭରି” ରେ ଶାହଙ୍କ ଉଦବୋଧନ, କହିଲେ ଓଡ଼ିଶାରେ ବି ଗଢ଼ିବୁ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସୋମବାର ମେ ଫେୟାରଠାରେ “ମୋଦି@୨୦: ଡ୍ରିମ୍ସ ଡେଲିଭରି’ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡ଼ିଶାରେ ଦଳ ସରକାର ଗଢ଼ିବା ନେଇ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବି ଆମ ପାର୍ଟିର ସରକାର ଗଢ଼ିଛି । ଓଡ଼ିଶାରେ ବି ଆମ ସରକାର ହେବାକୁ ଯାଉଛି । ସେ ଆହୁରି କହିଛନ୍ତିି ଯେ ଆସନ୍ତା ୨୦୨୪ ରେ ମଧ୍ୟ ଦଳ ସରକାର ଗଢ଼ିବ ।

ଏହି ଅବସରରେ ଶାହ କହିଛନ୍ତି ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା, ବେପାରୀ, ବଣିଆଙ୍କ ପାର୍ଟି କୁହାଯାଉଥିଲା । ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟି ସରକାର ଚଲାଇଛି । ଏବେ ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରୁ ଅଛନ୍ତି । ସର୍ବାଧିକ ଆଦିବାସୀ ସାଂସଦ ମଧ୍ୟ ଆମ ପାର୍ଟିରୁ ରହିଛନ୍ତି । ପଛୁଆ ବର୍ଗର ୨୭ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି । ଅମିତ ଶାହ କହିଛନ୍ତି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହେଲେଣି ୨୦୨୪ ରେ ବି ଜିତିବେ ।

Get real time updates directly on you device, subscribe now.