fbpx

ଖୁବ୍‌ ଅଧିକ ଉତ୍ତପ୍ତ ଓ ଅଶାନ୍ତ ସୂର୍ଯ୍ୟ ; ମାତ୍ର ଦୁଇ ସପ୍ତାହରେ ୩୫ ସୌର ବିସ୍ଫୋରଣ

ନୂଆଦିଲ୍ଲୀ: ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ । ହେଲେ ଏବେ ଦିନକୁ ଦିନ ସୂର୍ଯ୍ୟ ଖୁବ୍‌ ଅଧିକ ଉତ୍ତପ୍ତ ଓ ଅଶାନ୍ତ ହେବାରେ ଲାଗିଛି । ସୂର୍ଯ୍ୟରେ ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାର ଗତିବିଧି ଦେଖିବାକୁ ମିଳୁଛି । କେବଳ ମାତ୍ର ଦୁଇ ସପ୍ତାହ ଭିତରେ ସୂର୍ଯ୍ୟରେ ୩୫ କରୋନଲ୍‌ ମାସ୍‌ ଇଜେକ୍ସନ ବା ସୌର ବିସ୍ଫୋରଣ ହୋଇସାରିଛି । ଏହାଯୋଗୁଁ ସୂର୍ଯ୍ୟ ପୃଷ୍ଠରେ ୧୪ଟି ସନସ୍ପଟ୍‌ ସୃଷ୍ଟି ହୋଇସାରିଛି ଓ ୬ଟି ସୌର ଝଡ ହୋଇସାରିଛି । କିଛି ଝଡ ଖୁବ୍‌ ଦୂରରେ ଥିଲା, କିନ୍ତୁ କିଛିର ଦିଗ ସିଧା ପୃଥିବୀ ଆଡକୁ ଥିଲା

। କରୋନଲ ମାସ୍‌ ଇଜେକ୍ସନ ସୂର୍ଯ୍ୟ ପୃଷ୍ଠରୁ ବାହାରୁ ଥିବା କିଛି ସବୁଠାରୁ ବଡ ବିସ୍ଫୋରଣରୁ ମଧ୍ୟ ଏକ ହୋଇଥାଏ ଯେଉଁଥିରେ ମହାକାଶରେ ବହୁ ମିଲିୟନ ମାଇଲ ପ୍ରତି ଘଣ୍ଟାର ବେଗରେ ଏକ ଅରବ ଟନ୍‌ ପର୍ଯ୍ୟନ୍ତ ପଦାର୍ଥ ବାହାରି ପାରେ । ସନ୍‌ସ୍ପଷ୍ଟ ସୂର୍ଯ୍ୟଙ୍କ ପୃଷ୍ଠରେ ଥିବା ସ୍ଥାନ ଯାହାକି କଳା ଦେଖାଯାଏ । କାରଣ ଏହା ଭୂପୃଷ୍ଠର ଅନ୍ୟ ଅଂଶ ଅପେକ୍ଷାରେ ଥଣ୍ଡା ରହିଥାଏ । ଏଥି ସହିତ ନାସା ଅନୁଯାୟୀ, ସୌର ତରଙ୍ଗ ଶକ୍ତିର ଏକ ହଠାତ୍‌ ବିସ୍ଫୋରଣ, ଯାହା ସନ୍‌ ସ୍ପଟ୍‌ ନିକଟରେ ଚୁମ୍ବକୀୟ କ୍ଷେତ୍ର ରେଖାଗୁଡ଼ିକର ଜଡିତ ହେତୁ ଘଟିଥାଏ । ନାସା ଏକ ବ୍ଲଗ୍‌ ପୋଷ୍ଟରେ କହିଛି, ଆମେ ୨୦୨୫ର ଯେତେ ନିକଟତର ହେବା ଏଭଳି ଘଟଣା ବୃଦ୍ଧି ପାଇପାରେ ଲାଗିବ । ଏହା ଆମ ଜୀବନ, ପୃଥିବୀରେ ଥିବା ଟେକ୍ନୋଲୋଜି, ଏପରିକି ମହାକାଶରେ ଉପଗ୍ରହ ଏବଂ ମହାକାଶଚାରୀଙ୍କୁ ପ୍ରଭାବିତ କରିବ । ସୂର୍ଯ୍ୟଙ୍କର ଏକ ଜୀବନଚକ୍ର ଅଛି ଯାହାକୁ ସୋଲାର ଚକ୍ର ବା ‘ସୋଲାର ସାଇକେଲ’ କୁହାଯାଏ, ଯାହା ସୌର କାର୍ଯ୍ୟକଳାପ ବିଷୟରେ କହିଥାଏ ।

ସୂର୍ଯ୍ୟଙ୍କ ଉପରେ ଗତିବିଧି ଶାନ୍ତରୁ ସକ୍ରିୟ ଓ ଝଡ ଭଳି ରହିଥାଏ ଓ ପୁଣି ଶାନ୍ତ ହୋଇଯାଇଥାଏ । ନାସାର ସୂଚନା ଅନୁସାରେ, ଏହି ୧୧ ବର୍ଷର ସୌର ଚକ୍ର ବିଶେଷ୍ୱତ ସୌର ଲହର ଓ କୋରୋନଲ ମାସ୍‌ ଇଜେକସନ୍‌ ରୂପରେ ଜଣାଯାଉଥିବା ବଡ ବିସ୍ଫୋରଣ । ଏହା ପୃଥିବୀର ପରିକ୍ରମା ଲଗାଉଥିବା ସାଟେଲାଇଟ୍‌ ଓ କମ୍ୟୁନିକେସନ୍‌ ସିଗନାଲକୁ ପ୍ରଭାବିତ କରିପାରେ । ସୌର ଚକ୍ରର ପିକ୍‌କୁ ସୋଲାର ମ୍ୟାକ୍ସିମମ୍‌ କୁହାଯାଏ । ସେଭଳି ଶାନ୍ତ ସୂର୍ଯ୍ୟକୁ ସୋଲାର ମିନିମନ୍‌ କୁହାଯାଏ ।

Get real time updates directly on you device, subscribe now.