fbpx

କଂଗ୍ରେସ ନେତାଙ୍କ ଆପତିଜନକ ବୟାନ୍‌, କହିଲେ ‘ସରକାରୀ ଚାକିରି ପାଇଁ ମହିଳାମାନଙ୍କୁ କାହା ସହିତ ଶୋଇବାକୁ ପଡୁଛି’

ନୂଆଦିଲ୍ଲୀ: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ପ୍ରବକ୍ତା ମହିଳାଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି। ବିଦାୟକ ପ୍ରିୟଙ୍କ ଖଡ଼ଗେ ତାଙ୍କର ବୟାନରେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଗମ୍ଭିର ଆରୋପ ଲଗାଇଛନ୍ତି। ତାଙ୍କ କହିବା ମୁତାବକଲ ରାଜ୍ୟ ସରକାରରେ ଚାକିରି ପାଇବା ପାଇଁ ପୁରୁଷମାନଙ୍କ ଲାଞ୍ଚ ଦେବାକୁ ପଡୁଥିବା ବେଳେ ମହିଳାଙ୍କୁ କାହା ସହିତ ଶୋଇବାକୁ ପଡୁଛି। ବେରୋଜଗାରୀ ସମସ୍ୟାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିବା ସମୟରେ କଂଗ୍ରେସ ପ୍ରବକ୍ତା କିଛି ଏଭଳି ଆପତିଜନକ ମନ୍ତବ୍ୟ ଦେଇଥିଲେ। ଏହା ସହିତ ସେ ନିଯୁକ୍ତି ଘୋଟାଲାର ନ୍ୟାୟିକ ଯାଞ୍ଚ ପାଇଁ ଏକ ବିଶେଷ ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ କରିବାକୁ ଦାବି କରିଛନ୍ତି। ଏବଂ ଏହି ମାମାଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରିବାକୁ ସରକାରଙ୍କୁ କହିଛନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (କେପିଟିସିଏଲ୍) ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଏବଂ ସିଭିଲ ଇଞ୍ଜିନିୟରଙ୍କ ସମେତ ମୋଟ ୧,୪୯୨ ଟି ପଦବୀ ନିଯୁକ୍ତ କରିଛି। ସେ କହିଛନ୍ତି, “ଗୋକାକର ଜଣେ ଛାତ୍ର ପରୀକ୍ଷା ସମୟରେ ବ୍ଲୁଟୁଥ୍ ବ୍ୟବହାର କରି ଧରାପଡିଥିଲେ। ମୁଁ ପାଇଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ମୋଟ ୬୦୦ ପୋଷ୍ଟ ପାଇଁ ହୋଇଥାନ୍ତା। ସନ୍ଦେହ କରାଯାଉଛି ଯେ ସେ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦ ପାଇଁ ୫୦ ଲକ୍ଷ ଏବଂ ଜୁନିଅର ଇଞ୍ଜିନିୟର ପଦ ପାଇଁ ୩୦ ଲକ୍ଷ ଟଙ୍କା ନେଇଛନ୍ତି। ସମ୍ଭବତ ଏହି ପଦ୍ଧତି ମାଧ୍ୟମରେ ସମୁଦାୟ ୩୦୦ କୋଟି ଟଙ୍କା ହାସଲ କରାଯାଇଛି।

ପ୍ରିୟଙ୍କ ଖଡ଼ଗେ କହିଛନ୍ତି, ‘ଯଦି ସମସ୍ତ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ହୁଏ, ତେବେ ଗରିବ ଏବଂ ଦକ୍ଷ ଛାତ୍ରମାନେ କୁଆଡେ ଯିବେ। ଦୁର୍ନୀତିଗ୍ରସ୍ତମାନେ ଜାଣନ୍ତି ଯେ ଘଟଣା ସାମ୍ନାକୁ ଆସିଲେ ମଧ୍ୟ କିଛି ହେବ ନାହିଁ। କେପିଟିସିଏଲ ପଦ ପାଇଁ ଆବେଦନ କରିଥିବା ତିନି ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହିତ ସରକାର ଖେଳୁଥିବା ଅଭିଯୋଗ ସେ କରିଛନ୍ତି।

Get real time updates directly on you device, subscribe now.