fbpx

ସେନା କର୍ମଚାରୀଙ୍କ ଭିନ୍ନ ଚିନ୍ତାଧାରା, ତ୍ରିରଙ୍ଗା ରଙ୍ଗରେ ପରସୁଛନ୍ତି ଖାଦ୍ୟ…

ଉତ୍ତରପ୍ରଦେଶ: ଦେଶ ତାର ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରିବାକୁ ଯାଉଛି । ଯାହା ଫଳରେ ବର୍ତ୍ତମାନ ସବୁଠାରେ ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଭାବ ଦେଖିବାକୁ ମିଳୁଛି । କେଉଁ ଠାରେ ଖଦି ତ୍ରିରଙ୍ଗାର ଚାହିଦା ବଢ଼ିଲାଣି ତ ଆଉ କେଉଁଠି ଲୋକମାନେ ଖାଦ୍ୟରେ ତ୍ରିରଙ୍ଗାକୁ ଦର୍ଶାଇଛନ୍ତି ।
ଏହି ସମୟରେ ଚର୍ଚ୍ଚା ସାଉଁଟୁଛି ଉତ୍ତରପ୍ରଦେଶର ଗୋରଖପୁର ଏକ ରେସ୍ତେରାଣ୍ଟ । ଯେଉଁଠାରେ ମିଳୁଛି ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ଖାଦ୍ୟ । ରେସ୍ତେରାଣ୍ଟର ଭଳିକି ଭଳିକି ଖାଦ୍ୟ ରେ ଦେଖିବାକୁ ମିଳୁଛି ତ୍ରିରଙ୍ଗା । ରେସ୍ତେରାଣ୍ଟରେ ଫ୍ରାଇଡ ରାଇସ, ପାସ୍ତା,ସାଣ୍ଡୱିଚ, ଏହା ସହିତ ଏଠାରେ ଡ୍ରିଙ୍କସ ଗୁଡିକ ମଧ୍ୟ ଏହି ରଙ୍ଗର ଦେଖିବାକୁ ମିଳୁଛି ।କେବଳ ଏତିକି ନୁହେଁ ଏଠାରେ ଖାଦ୍ୟ ସାଇଡରେ ମଧ୍ୟ ତ୍ରିରଙ୍ଗା ରଙ୍ଗର ସସ୍ ଦିଆଯାଉଛି । ଯାହାକି ଏଠାକୁ ଆସୁଥିବା ଗ୍ରାହକ ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଲୋକମାନଙ୍କ ମଧ୍ୟରେ ଦେଶାତ୍ମକ ଭାବନାକୁ ଏହା ବୃଦ୍ଧି କରୁଛି ବୋଲି ଏଠାକୁ ଆସୁଥିବା ଗ୍ରାହକମାନେ ପ୍ରକାଶ କରୁଛନ୍ତି ।

ସୂଚନାମୁତାବକ ଏହି ରେସ୍ତୋରାଣ୍ଟ ଟି ନୀତିଶ ଶୁକ୍ଳାଙ୍କ ଦ୍ୱାରା ପରିଚାଳିତ ହେଉଛି । ସେ ପ୍ରକାଶ କରିଛନ୍ତି ଚଳିତ ବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ସେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେ ଆଗରୁ ଭାରତୀୟ ସେନାରେ ଥିଲେ । ତାଙ୍କ ଭିତରେ ଦେଶ ପ୍ରେମ ଭରି ହେଇ ରହିଛି । ଆଉ ସେ ପ୍ରତିବର୍ଷ କିଛି ଭିନ୍ନ କରିବାକୁ ଭାବନ୍ତି । କିନ୍ତୁ ସେ ଚଳିତ ବର୍ଷ ସେ ଏହି ଉପାୟ ବାଛିଲେ, ଯାହା ମଧ୍ୟ ଖୁବ ଲୋକପ୍ରିୟ ହେବାର ଲାଗିଛି । ଏଠାକୁ ଲୋକମାନଙ୍କର ସୁଅ ମଧ୍ୟ ଛୁଟୁଛି ।
ତାଙ୍କର ଏହି ଭିନ୍ନ ଚିନ୍ତାଧାରା ଏବଂ ଦେଶ ପ୍ରେମକୁ ଦର୍ଶାଇବାର ଉପାୟକୁ ବହୁ ମହଲରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.