fbpx

ସାବଧାନ୍! ବାସନ ଧୋଇବା ସମୟରେ କରୁଛନ୍ତି କି ଏହି ଭୁଲ, ହୋଇପାରେ ଲିଭର କ୍ୟାନ୍ସର: ରିପୋର୍ଟ 

ନୂଆଦିଲ୍ଲୀ: ଯେତେବେଳେ ଆପଣ ରୋଷେଇ ଘରେ ବାସନ ଧୋଇବା ପାଇଁ ଡିଟରଜେଣ୍ଟ ବ୍ୟବହାର କରୁଛନ୍ତି, ତେବେ ଏହାକୁ ସଫା ପାଣିରେ ଭଲ ଭାବରେ ଧୋଇବାକୁ ଭୁଲନ୍ତୁ ନାହିଁ  । ଏହି ଡିଟରଜେଣ୍ଟଗୁଡିକ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ  । ଏକ ରିପୋର୍ଟ ଅନୁଯାୟୀ, ଡିଟରଜେଣ୍ଟରେ କ୍ଷତିକାରକ କେମିକାଲ ପଦାର୍ଥ ରହିଥାଏ, ଯାହା ପେଟରେ ପ୍ରବେଶ କଲେ ଯକୃତ କର୍କଟ ବା ଲିଭର କ୍ୟାନ୍ସର ହୋଇପାରେ । ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ, ଘରର ରୋଷେଇ ଘରରୁ ମଧ୍ୟ ଲୋକଙ୍କ ଶରୀରରେ କ୍ୟାନ୍ସର ରୋଗ ପହଞ୍ଚୁଛି । ତେଣୁ ସେମାନେ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ୍  ।

ଏକ ରିପୋର୍ଟ ଅନୁସାରେ, ଯେଉଁ ଲୋକମାନେ ବାସନ ଧୋଇବାରେ ଅବହେଳା କରନ୍ତି, ସେମାନଙ୍କୁ କ୍ୟାନ୍ସର ହେବାର ବିପଦ ଅଧିକ ବଢ଼ିଯାଏ ।  ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଆମେ ବାସନ ଧୋଇବା ପାଇଁ ସାବୁନ୍ ଏବଂ ଡିଟରଜେଣ୍ଟ ଆଣିଥାଉ  । ସେମାନଙ୍କୁ ଭଲ ଭାବରେ ଧୋଇବା ଅତ୍ୟନ୍ତ ଜରୁରୀ  । ନଚେତ୍ ତାହା ପାତ୍ର, କାଚ, ଚାମଚ, ପ୍ଲେଟ୍ ଇତ୍ୟାଦି ବାସନରେ ରହିଯାଏ  । ତା’ପରେ ଏହି ପାତ୍ରରେ ଖାଦ୍ୟ ଖାଇବା ବା ପାଣି ପିଇବା ଦ୍ୱାରା ସେହି କେମିକାଲ କଣିକା ଆମ ଶରୀର ଭିତରକୁ ଯାଏ  । ତାହା ଲିଭରରେ ପହଞ୍ଚି ଶରୀର ପାଇଁ ଅନେକ କ୍ଷତି କରିଥାନ୍ତି ।

ତେବେ ଲିଭର କ୍ୟାନ୍ସର ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି କି, ସେମାନେ ଗବେଷଣା କରିବା ପାଇଁ ୧୦୦ ଲୋକଙ୍କୁ ମନୋନୀତ କରିଥିଲେ  । ସେଥିମଧ୍ୟରୁ ୫୦ ଜଣ ଲୋକ ଲିଭର କ୍ୟାନ୍ସରର ସମସ୍ୟା ଥିଲା । ଏହା ସହ ଅନ୍ୟ ୫୦ ଜଣଙ୍କୁ କୌଣସି ସମସ୍ୟା ନଥିଲା ।  ଏହା ପରେ ଉଭୟ ଗୋଷ୍ଠୀର ରକ୍ତ ନମୁନା ନିଆଯାଇ ଯାଞ୍ଚ କରାଯାଇଥିଲା । ଯାହା ପରେ ଦେଖାଗଲା ଯେ ଯେଉଁମାନଙ୍କୁ ଲିଭର କ୍ୟାନ୍ସର କର୍କଟ ହୋଇଥିଲା ସେମାନଙ୍କ ଶରୀରରେ ଅଧିକ ପରିମାଣର କେମିକାଲ ପଦାର୍ଥ ରହିଥିଲା  । ଏହି କେମିକାଲ ପଦାର୍ଥ ସମ୍ପୂର୍ଣ୍ଣ ସଫା ହୋଇନଥିବା ବାସନ ଏବଂ ଅନ୍ୟାନ୍ୟ କାରଣରୁ ଶରୀରରେ ପହଞ୍ଚି ଲିଭର ଉପରେ ଆକ୍ରମଣ କରିଥିଲା  ।

ଡାକ୍ତରଙ୍କ କହିବା ଅନୁସାରେ, ଶରୀରରେ କେମିକାଲ ପହଞ୍ଚିବା ପରେ ତାହା ଶରୀରକୁ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ । ଏହା ଶରୀରରେ ଗ୍ଲୁକୋଜର କାମ କରିବା ଉପରେ ପ୍ରଭାବ ପକାଇଥାଏ  । ଏହା ସହିତ ଲିଭରରେ ଆମିନୋ ଏସିଡ୍ ମଧ୍ୟ ପରିବର୍ତ୍ତନ ହୁଏ  । ଏହି କାରଣରୁ ଲିଭର ଚାରିପାଖରେ ଅଧିକ ଚର୍ବି ସୃଷ୍ଟି ହେବାକୁ ଲାଗେ  । ଯେଉଁ କାରଣରୁ ଜଣେ ବ୍ୟକ୍ତି ଫ୍ୟାଟି ଲିଭର ଏବଂ ପରେ ଲିଭର କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଏ  ।

Get real time updates directly on you device, subscribe now.