fbpx

ଜନ୍ମାଷ୍ଟମୀରେ କିଣନ୍ତୁ ଏହି ଜିନିଷ: ମିଳିବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପା

ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷେତ୍ରରେ ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଏଥିପାଇଁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ କୁହାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଳକ ରୂପକୁ ପୂଜା କରାଯାଇଥାଏ । ତେବେ ଜନ୍ମାଷ୍ଟମୀ ଦିନ ଆପଣ ଯଦି ଘରକୁ ଏହି ୫ଟି ଜିନିଷ ଆଣନ୍ତି ତାହାଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିବା ସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କର ମଧ୍ୟ ଅପାର କୃପା ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି ୫ଟି ଜିନିଷ ।

ଗାଈ ଓ ବାଛୁରୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗାଈଙ୍କ ଦେହରେ ବୃହସ୍ପତି ରହିଥାନ୍ତି । ତେଣୁ ଜନ୍ମାଷ୍ଟମୀ ଦିନ ଘରକୁ ଗାଈ ଓ ବାଛୁରୀର ଏକ ଛୋଟ ପ୍ରତିମୂର୍ତ୍ତି ଆଣନ୍ତୁ । ଏତିସହିତ ଏହାକୁ ଠାକୁର ଘରେ କିମ୍ବା ଘରର ଐଶାନ୍ୟ କୋଣରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣ ଖୁସି ହୋଇ ଆର୍ଶିବାଦ ଦେଇଥାନ୍ତି । ଏଥିସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ ।

ଲବଣୀ: ଭଗବାନ ଶ୍ରୀକୃଷ୍ଣ ପିଲାବେଳରୁ ହିଁ ଗାଈ-ବାଛୁରୀଙ୍କୁ ଖୁବ ସ୍ନେହ ଆଦର କରିଥାନ୍ତି । ଏଥିସହିତ ଗାଈ କ୍ଷୀରରୁ ପ୍ରସ୍ତୁତ ଲବଣୀ ଖାଇବାକୁ ମଧ୍ୟ ବହୁତ ଭଲପାଇଥାନ୍ତି । ଏଥିପାଇଁ ତାଙ୍କୁ ଲବଣୀ ଚୋର ମଧ୍ୟ କୁହାଯାଇଥାଏ । ତେଣୁ ଜନ୍ମାଷ୍ଟମୀ ଦିନ ଲବଣୀ କିଣି ଭଗବାନ କୃଷ୍ଣଙ୍କୁ ଅର୍ପଣ କରନ୍ତୁ ।

ବଂଶୀ: କାହ୍ନା ବଂଶୀକୁ ବହୁତ ଭଲ ପାଇଥାଏ । ବଂଶୀ ବିନା କାହ୍ନାର କୌଣସି ଚିତ୍ର ସମ୍ପୂର୍ଣ୍ଣ ହୋଇ ନଥାଏ । ତେବେ ଏଥିପାଇଁ ତାଙ୍କୁ ବଂଶୀଧର ବା ମୂରଲୀଧର ବୋଲି ସମ୍ବୋଧନ କରାଯାଇଥାଏ । ତେବେ ଜନ୍ମାଷ୍ଟମୀ ଦିନ ବଂଶୀ କିଣିବା ଦ୍ୱାରା ଆପଣଙ୍କୁ ଅନେକ ଶୁଭ ଫଳ ମିଳିଥାଏ । ଏହି ଦିନ କାଠ କିମ୍ବା ରୂପାର ଏକ ଛୋଟ ବଂଶୀ କିଣନ୍ତୁ ଏବଂ ଏହାକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା ସମୟରେ ତାଙ୍କୁ ଅର୍ପଣ କରନ୍ତୁ । ଏହାପରେ ପୂଜା ହୋଇଥିବା ବଂଶୀକୁ ଆଲମାରୀ କିମ୍ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରର ଅସୁବିଧା ଦୂର ହୋଇଥାଏ । ଏଥିସହିତ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

ମୟୂର ଚୂଳ: ପ୍ରଭୁ ଶ୍ରୀକୃଷ୍ଣ ସର୍ବଦା ତାଙ୍କ ମୁକୁଟରେ ମୟୂର ଚୂଳ ଲଗାଇଥାନ୍ତି । ଏଥିପାଇଁ ତାଙ୍କୁ ମୟୂର ଚୂଳିଆ ବୋଲି ମଧ୍ୟ କୁହାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୟୂର ଚୂଳ ସକରାତ୍ମକ ଭାବନାକୁ ଜାଗ୍ରତ କରିଥାଏ । ତେଣୁ ଜନ୍ମାଷ୍ଟମୀ ଦିନ ମୟୂର ଚୂଳ ଘରେ ଲାଗାଇବା ଦ୍ୱାରା ଘରର କଳି ଦୂର ହୋଇଥାଏ । ଏଥି ସହିତ ବାସ୍ତୁ ଦୋଷ ଓ କାଳସର୍ପ ଦୋଷ ମଧ୍ୟ ଦୂର ହୋଇଥାଏ ।

ବୈଜୟନ୍ତି ମାଳା: ଜନ୍ମାଷ୍ଟମୀ ଦିନ ବୈଜୟନ୍ତି ମାଳା ନିଶ୍ଚିତ କିଣନ୍ତୁ । ଏହାକୁ କିଣି ଘରକୁ ଆଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ଏଥି ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ । କୁହାଯାଏ ଯେ ଏହି ମାଳାରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

Get real time updates directly on you device, subscribe now.