fbpx

ଆସନ୍ତା ମାସରୁ ମାଗଣାରେ ମିଳିବ ବିଦ୍ୟୁତ୍! ସରକାର ନେଲେ ବଡ଼ ନିଷ୍ପତ୍ତ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ସେ କହିଛନ୍ତି ଯେ, ୧ ସେପ୍ଟେମ୍ବରରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ । ଲୋକମାନଙ୍କ ପାଇଁ ୬୬ କିଲୋ ଭୋଲ୍ଟ ବୁଟାରୀ-ବିସ୍ ଲାଇନ ସମର୍ପିତ କରିବା ପରେ ସିଏମ୍ ଭଗୱନ୍ତ କହିଛନ୍ତି ଯେ, ରାଜ୍ୟର ଆମ୍ ଆଦମୀ ସରକାର ପ୍ରତ୍ୟେକ ବିଲରେ ମାଗଣା ୬୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପଞ୍ଜାବର ୭୪ ଲକ୍ଷରୁ ୫୧ ଲକ୍ଷ ପରିବାରକୁ ୧ ସେପ୍ଟେମ୍ବରରୁ ‘ଜିରୋ’ ବିଦ୍ୟୁତ୍ ବିଲ୍ ମିଳିବ । ଦିଲ୍ଲୀ ପରେ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବରେ ମୋଟ ୭୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ରାଜ୍ୟ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ମାନ୍ ପୂର୍ବରୁ କହିଥିଲେ ।

ତେବେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପାଇଁ ଦୁଇ ମାସର ବିଲିଂ ସାଇକେଲ ଅଛି । ଏକ ବୟାନରେ ସିଏମ୍ ମାନ କହିଛନ୍ତି ଯେ, ପ୍ରଥମ ଥର ପାଇଁ ରାଜ୍ୟର କୃଷକମାନଙ୍କୁ ପ୍ରଥମଥର ନିୟମିତ, ବିନା କୌଣସି କାଟ ଏବଂ ସରପ୍ଲସ୍ ବିଦ୍ୟୁତ୍ ମିଳୁଛି । ୬୬ କେଭି ଲାଇନ ଉପରେରେ ଭାଗବତ ମାନ୍ କହିଛନ୍ତି ଯେ, ‘ସୀମାନ୍ତ ଜିଲ୍ଲାର ୭୦ ଟି ଗାଁକୁ ନିୟମିତ ଆଲୋକିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଲାଇନ ଗତ ଏକ ଦଶନ୍ଧି ଧରି ଜଳୁଛି ।’

Get real time updates directly on you device, subscribe now.