fbpx

ସ୍ୱାଧୀନତା ଦିବସରେ ବଡ଼ ପୁରସ୍କାର: ୧୦ ଲକ୍ଷ କର୍ମଚାରୀଙ୍କ ୩% DA ବଢ଼ାଇଲେ ଏହି ରାଜ୍ୟ ସରକାର…

ସ୍ୱାଧୀନତା ଦିବସ ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇଛନ୍ତି । ଦେଶର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଏକ ସରକାରୀ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବା ପରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଯାଇଛି । ଏହା ସହ ନାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ ଅନୂଯାୟୀ କଲ୍ୟାଣ ଯୋଜନାର ବିସ୍ତାର କରିବାର ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପଟେଲ କହିଛନ୍ତି ଯେ ୭ମ ବେତନ ଆୟୋଗ ଅନୂଯାୟୀ ଗୁଜରାଟର ସରକାରୀ କର୍ମଚାରୀଙ୍କ ପାଇଁ ଡିଏ ୩ ପ୍ରତିଶତ ବଢ଼ାଯାଉଛି । ବଢ଼ିଥିବା ଡିଏ ପିଛିଲା ଭାବେ ୧ ଜାନୁଆରୀ ୨୦୨୨ ରୁ ଲାଗୁ ହେବ । କର୍ମଚାରୀଙ୍କୁ ଜାନୁଆରୀ ଠାରୁ ଜୁଲାଇ ପର୍ଯ୍ୟନ୍ତ ଏରିୟରର ମଧ୍ୟ ମିଳିବ ।

ସେ କହିଛନ୍ତି ଯେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଫଳରେ ୯.୩୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ, ପଞ୍ଚାୟତ ସେବକ ଏବଂ ପେନ୍ସନଭୋଗୀ ସିଧା ଲାଭ ପାଇବେ । ସେ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ପରେ ପ୍ରତିବର୍ଷ ପ୍ରାୟ ୧୪୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।

Get real time updates directly on you device, subscribe now.