fbpx

ମଶାମାନେ ରାତିର ଅନ୍ଧାରରେ ଦେଖିପାରନ୍ତି କି, ଶୋଇଥିବା ସମୟରେ ସେମାନେ ଆମର ରକ୍ତ କେମିତି ଶୋଷି ନିଅନ୍ତି, ଜାଣନ୍ତୁ ଏହା ପଛର କାରଣ

ସାଧାରଣ ଭାବେ ମଶାମାନେ ଆପଣଙ୍କ ଶରୀରରୁ ରକ୍ତ ପିଇବା ସହିତ ଅନେକ ରୋଗର କାରଣ ସାଜିଥାନ୍ତି । ତେବେ ଏକଥା ସତ ଯେ, ସବୁ ମଶା ଆମ ଶରୀରରୁ ରକ୍ତ ପାନ କରନ୍ତି ନାହିଁ । କେବଳ ଫିମେଲ ମଶା ଏହି କାର୍ଯ୍ୟ କରିବା ସହ ନିଜର ଅଣ୍ଡା ବିକାଶ କରନ୍ତି ଓ ପୋଷିତ କରିଥାନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଲିକ୍ୱିଡ, ଅଗରବତୀ, କଏଲ ଆଦିର ବ୍ୟବାର କରିଥାନ୍ତି । ମାତ୍ର ଏସବୁ ତରିକା ଆପଣାଇବା ପରେ ବି ମଶା ରାତି ସାରା ଆମକୁ ହଇରାଣ କରିଥାନ୍ତି ।

ତେବେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ । ଆମେମାନେ ତ ରାତିରେ ଅନ୍ଧାରରେ ଶୋଇଯାଉ । ଏହି ସମୟରେ ମଶା ଆମକୁ କେମିତି ଦେଖିପାରେ । ମଶାକୁ କ’ଣ ଅନ୍ଧାରରେ ସବୁକିଛି ଦେଖାଯାଏ? ପ୍ରକୃତ କଥା ହେଉଛି, ମଶାର ଅଣ୍ଡା ପାଇଁ ଯେଉଁ ପୋଷକ ତତ୍ତ୍ୱ ଆବଶ୍ୟକ, ତାହା ମଣିଷ ରକ୍ତରୁ ହିଁ ମିଳିଥାଏ । ତେଣୁ ମଶାମାନେ ନିଜର ଶୁଣ୍ଢ ଲମ୍ବାଇ ଆମ ରକ୍ତକୁ ଚୁଷି ନିଅନ୍ତି ।

ମଣିଷ ପ୍ରଶ୍ୱାସରେ କାର୍ବନ ଡାଇ ଅକ୍ସାଇଡ୍ ଛାଡ଼ିଥାଏ । ଏହାର ଗନ୍ଧ ମଶାମାନଙ୍କୁ ମଣିଷ ପାଖକୁ ଟାଣିକରି ନେଇଆସେ । ଫିମେଲ ମଶାର ସେନ୍ସିଂ ଅର୍ଗାନ୍ସ ବହୁତ ଉଚ୍ଚଧରଣର ହୋଇଥାଏ । ଏହା ମାଧ୍ୟମରେ ମଶାମାନେ ୩୦ ଫୁଟ ଦୂରରୁ ବି କାର୍ବନ ଡାଇଅକ୍ସାଇଡର ଗନ୍ଧକୁ ବାରିବାର କ୍ଷମତା ରଖିଥାନ୍ତି । ଏହାର ଗ୍ୟାସ ମାଧ୍ୟମରେ ଅନ୍ଧାରରେ ମଶାମାନେ ଆମ ନିକଟକୁ ଚାଲି ଆସନ୍ତି । ସେମାନେ ଆମ ଶରୀରରୁ ରକ୍ତ ଚୁଷି ଅଣ୍ଡାକୁ ପୋଷିତ କରିଥାନ୍ତି । କାର୍ବନ ଡାଇଅକ୍ସାଇଡ ବ୍ୟତୀତ ମଶାମାନେ ମଣିଷ ଶରୀରର ତାପମାତ୍ରା, ଗନ୍ଧ, ଝାଳ ପରି କିଛି ସଙ୍କେତକୁ ବ୍ୟବହାର କରିଥାନ୍ତି ।

Get real time updates directly on you device, subscribe now.