fbpx

Aadhaar Card ନଥିଲେ ସରକାରୀ ଯୋଜନା ଓ ସବସିଡି ଫାଇଦା ମିଳିବନି: ସମସ୍ତ ରାଜ୍ୟ ସରକାର ଓ ମନ୍ତ୍ରଣାଳୟ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଅନେକ ସମୟର ଆଧାରକୁ କାର୍ଡକୁ ନେଇ ନୂଆ ନୂଆ ନିୟମ କେନ୍ଦ୍ର ସରକାର ଜାରି କରିଥାନ୍ତି । ତେବେ ଯଦି ଆପଣଙ୍କର ପାଖରେ ଆଧାର କାର୍ଡ ନାହିଁ ବା ଆଧାର ନମ୍ବର ପାଇଁ ରେଜିଷ୍ଟ୍ରେସନ କରିନାହାନ୍ତି ତେବେ ଆପଣ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଆଧାର କାର୍ଡକୁ ସେଇ ରାଜ୍ୟ ସରକାର ଓ ମନ୍ତ୍ରଣାଳୟ ପାଇଁ ଏକ ସର୍କୁଲାର ଜାରି କରାଯାଇଛି ।

ଏକ ବିଶେଷ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବକ, ସରକାରୀ ଯୋଜନା ଓ ସବସିଡିର ଲାଭ ପାଇବାକୁ ହେଲେ ଆଧାର ବାଧ୍ୟତାମୂଳକ । ଏନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ସମସ୍ତ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପାଇଁ ସର୍କୁଲାର ଜାରି କରାଯାଇଛି । କେବଳ ଆଧାର ଥିବା ବ୍ୟକ୍ତିଙ୍କୁ ଯୋଜନା ଓ ସବସିଡିର ଫାଇଦା ମିଳିବ ବୋଲି କୁହାଯାଇଛି ।

ରିପୋର୍ଟ ମୁତାବକ, ଏଣିକି ଆଧାର ନିୟମକୁ ଆହୁରି କଠୋର କରାଯିବ । ନିର୍ଦ୍ଦେଶ ପରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଆଧାର ନମ୍ବର ନଥିବ, ତେବେ ସେ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ସବସିଡିର ଫାଇଦା ଉଠାଇ ପାରିବେ । ଯଦି କାହା ପାଖରେ ଆଧାର ନମ୍ବର ନାହିଁ ତେବେ ସେ ଆବେଦନ କରିଦିଅନ୍ତୁ । ଆବେଦନରେ ମିଳୁଥିବା ରସିଦ୍ ବା ଏନରୋଲମେଣ୍ଟ ସ୍ଲିପ ଦେଖାଇ ସରକାରୀ ଯୋଜନାର ଫାଇଦା ନେଇପାରିବେ । ଆଧାର କାର୍ଡକୁ ନେଇ ହେଉଥିବା ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଏହି କଠୋର ନିୟମ ଲାଗୁ ହୋଇଛି ।

Get real time updates directly on you device, subscribe now.