fbpx

ଯୋଧପୁରରେ ପୋଲିସ୍ ଖୋଜୁଛି ଗଧ, ମିଳିଲେ ହୋଇଯିବେ ମାଲାମାଲ୍: ଇଏ କି’ ଘଟଣା?

ଆପଣମାନେ ଅନେକ ସମୟରେ ଗୃହପାଳିତ ପଶୁ ଚୋରି ହେଉଥିବା କଥା ଶୁଣିଥିବେ । କିନ୍ତୁ ଏବେ ଏଭଳି ଏକ ଭିନ୍ନ ଚୋରି ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ହୁଏତ ଅଜବ ଲାଗିପାରେ । ଯୋଧପୁରର ଗ୍ରାମୀଣ ଅଞ୍ଚଳରୁ ୧୬ ଗଧ ଚୋରି ହୋଇଯାଇଛି । ଆଉ ଗଧ ମାଲିକ (Donkey Owner)  ୧୬ ଗଧଙ୍କ ଚୋରି ମାମଲା ରୁଜୁ କରିଥିଲେ । ଯାହାପରେ ପୋଲିସ୍ ଗଧକୁ ଖୋଜିବାରେ ଲାଗିପଡ଼ିଛି ।

ସୂଚନାଅନୂଯାୟୀ, ଜିଲ୍ଲାର ଜୈତୀବାସ ଗାଁରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ୧୬ ଗଧ ଚୋରି ହୋଇଥିଲା । ସକାଳୁ ଜାଣିବା ପରେ ସେ ପୋଲିସରେ ମାମଲା ରୁଜୁ କରିଥିଲେ । ବ୍ୟକ୍ତି ଜଣକ ଗାଁର ଆଉ ଜଣକୁ ସନ୍ଦେହ କରି ମାମଲା ରୁଜୁ କରିଛନ୍ତି । ଗାଁରେ ମାଟି ଉଠା କାର୍ଯ୍ୟରେ ଗଧମାନଙ୍କୁ ନିୟୋଜିତ କରାଯାଇଥାଏ । ବ୍ୟକ୍ତି ଜଣକ କହିଛନ୍ତି ଗଧଙ୍କୁ ଭଡ଼ାରେ ଦେଇ ସେ ପରିବାର ଚଳାଇଥାନ୍ତି ।

ପ୍ରକୃତରେ ଯୋଧପୁରରେ ଗଧଙ୍କ ସଂଖ୍ୟା ଲଗାତାର କମ୍ ହେଉଛି । ଏହି କାରଣରୁ ଲଗାତାର ଗଧଙ୍କର ରେଟ୍ ମଧ୍ୟ ବଢ଼ୁଛି । ଯୋଧପୁର ଜିଲ୍ଲା ବିଷୟରେ କହିଲେ ଗୋଟିଏ ଗଧର ଦାମ୍ ୧୫ ହଜାରରୁ ୨୫୦୦୦ ଟଙ୍କା ପହଞ୍ଚିଯାଇଛି । ପୋଲିସ ମଧ୍ୟ ଏହା ଭାବୁଛି ଯେ ବଢ଼ୁଥିବା ରେଟ୍ ଯୋଗୁଁ ଏହି ଗଧଙ୍କ ଚୋରି ହୋଇଛି । ବର୍ତ୍ତମାନ ପୋଲିସ୍ ମାମଲ ରୁଜୁ କରି ତିନି ଜଣକୁ ପଚରାଉଚରା କରୁଛି ।

Get real time updates directly on you device, subscribe now.