fbpx

25 ବର୍ଷୀୟ ଯୁବକଙ୍କ ଉପରେ ରତନ ଟାଟାଙ୍କ ବିଶ୍ୱାସ, ଷ୍ଟାର୍ଟଅପ୍ ରେ ଲଗାଇଲେ ଟଙ୍କା

ନୂଆଦିଲ୍ଲୀ: ଶିଳ୍ପ ଜଗତର ଦିଗ୍ଗଜ ବ୍ୟବସାୟୀ ରତନ ଟାଟା(Ratan Tata), ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବା ଷ୍ଟାର୍ଟଅପ୍ Goodfellows ରେ ନିବେଶ କରିବାର ଘୋଷଣା କରିଛନ୍ତି । ଅବଶ୍ୟ ନିବେଶର ଅର୍ଥ ବିଷୟରେ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ଟାଟା ଗ୍ରୁପରୁ ଅବସର ନେବା ପରେ ରତନ ଟାଟା ଅନେକ ଷ୍ଟାର୍ଟଅପ୍ ରେ ଟଙ୍କା ଲଗାଇଛନ୍ତି ।

ଏବେ ରତନ ଟାଟା ଯେଉଁ ଷ୍ଟାର୍ଟଅପ୍ (Startup) ରେ ନିବେଶ କରିବା ନେଇ ଘୋଷଣା କରୁଛନ୍ତି, ତାହାର ସ୍ଥାପନା ଶାନ୍ତନୁ ନାଇଡୁ କରିଛନ୍ତି । କୋର୍ନେଲ ବିଶ୍ୱବିଦ୍ୟାଳୟ(Cornell University) ରୁ ପାଠ ପଢ଼ିଥିବା ୨୫ ବର୍ଷୀୟ ନାଇଡୁ ଟାଟା କାର୍ଯ୍ୟାଳୟରେ ଅଛନ୍ତି ଏବଂ ୨୦୧୮ ରୁ ଟାଟାକୁ ସହାୟତା କରୁଛନ୍ତି ।

ଏହି ଷ୍ଟାର୍ଟଅପ୍ ବରିଷ୍ଠ ନାଗରିକ ଗ୍ରାହଙ୍କଙ୍କ ସହ ସିଧାସଳଖ ସେବା ଯୋଗାଇବ । ଏଥିପାଇଁ କମ୍ପାନୀ ଯୁବ ସ୍ନାତକଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ମୁମ୍ବାଇରେ ଏହାର ପରୀକ୍ଷାମୂଳକ ଭାବରେ ୨୦ ବୟସ୍କ ଲୋକଙ୍କ ସହ କାମ କରୁଛି ଏବଂ ଏହା ଆଗକୁ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ସେବା ପ୍ରଦାନ କରିବାର ଯୋଜନା ରହିଛି ।

ରତନ ଟାଟା ଏହି ଷ୍ଟାର୍ଟଅପ୍ ର ପ୍ରଶଂସା କରିବା ସହ କହିଛନ୍ତି ଯେ ଯେତେବେଳେ ଆପଣ ପ୍ରକୃତରେ ବୃଦ୍ଧ ହୋଇନାହାଁନ୍ତି, ସେପର୍ଯ୍ୟନ୍ତ କାହାକୁ ବି ବୁଢ଼ା ହେବାକୁ ମନ ହୋଇନଥାଏ । ସେପଟେ ଷ୍ଟାର୍ଟଅପ୍ ମୁଖ୍ୟ ଶାନ୍ତନୁ ନାଇଡୁ ମଧ୍ୟ ରତନ ଟାଟାଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ, ଦୁନିଆରେ ୫ କୋଟି ବୃଦ୍ଧି ଅଛନ୍ତି ଯେଉଁମାନେ ଏକୁଟିଆ । ନାଇଡୁ କହିଛନ୍ତି ଯେ ସେ ସମଗ୍ର ଦୁନିଆରେ ବିସ୍ତାର କରିବାକୁ ଚାହୁଛନ୍ତି । କିନ୍ତୁ ଗୁଣବତ୍ତା ଦୃଷ୍ଟିରୁ ମନ୍ଥର ଭାବରେ ଆଗକୁ ବଢ଼ିବାକୁ ଚାହିଛନ୍ତି ।

Get real time updates directly on you device, subscribe now.