fbpx

ଶାଶୁ ବୋହୁଙ୍କ କଳିର ଭୟଙ୍କର ପରିଣତି: ଓଲଟି ପଡିଲା କାର୍, ଆଉ ତା ପରେ…

ଆନନ୍ଦପୁର: ଚଳନ୍ତା କାରରେ ଶାଶୁ ବୋହୁଙ୍କ କଳିରୁ ସୃଷ୍ଟି ହୋଇଛି ମହାଭାରତ । ନବଜାତ ଶିଶୁକୁ ଧରି ଖୁସିରେ ହସ୍ପିଟାଲରୁ କାରରେ ଘରକୁ ଫେରିବା ବେଳେ ଘଟିଯାଇଛି ଅଘଟଣ । ଚଳନ୍ତା କାର ଭିତରେ ଶାଶୁ ବୋହୁଙ୍କ ଭିତରେ କଳି ପାଲଟିଛି ଏହି ବିରାଟ ଅଘଟଣର ମୁଖ୍ୟ କାରଣ । ଉଭୟଙ୍କ ମଧ୍ୟରେ କଳି ଏତେ ଜୋର ଧରିଥିଲା ଯେ, ଉଭୟ ଶାଶୁ ବୋହୁ କୁନି ଛୁଆ ସହ ଯାଇ ୧୦ ଫୁଟ ତଳେ ପଡିଛନ୍ତି ।

ଏଭଳି କିଛି କାଣ୍ଡ ଦେଖିବାକୁ ମିଳିଛି, କେନ୍ଦୁଝର ଆନନ୍ଦପୁର ଥାନା ଫକିରପୁର ବାଲୁଙ୍କେଶ୍ୱର ଛକ ନିକଟରେ । ସୂଚନା ଅନୁସାରେ, ଦୁଡୁଗାଁ ର ଏକ ପରିବାର ଆନନ୍ଦପୁର ଡାକ୍ତରଖାନାରେ ୨ଦିନ ତଳେ ଜନ୍ମିତ ଶିଶୁ କନ୍ୟାକୁ ନେଇ ନିଜ ଘରକୁ କାର ଯୋଗେ ଯାଉଥିଲେ । ଏହି ସମୟରେ ଚଳନ୍ତା କାର ଭିତରେ ଶାଶୁ ବୋହୁଙ୍କ କଳି ଆରମ୍ଭ ହୋଇଯାଇଥିଲା । ଉଭୟଙ୍କ କଳିରେ ହଠାତ୍ ସାମ୍ନାରେ ଯାଉଥିବା ଏକ ଟାଟା ଏସିଇକୁ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ପଛପଟୁ ଯାଇ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ଉଭୟ ଗାଡି ରାସ୍ତା ତଳକୁ ଖାଲରେ ଥିବା ପାଣି ଭିତରକୁ ଓଲଟି ପଡିଛି ।

ତେବେ ଏହି କାରରେ ଉଭୟ ଶାଶୂ ବୋହୂଙ୍କ ସମେତ ନବଜାତ ଶିଶୁ କନ୍ୟା ଏବଂ ୪ ବର୍ଷର ଭାଇ ମଧ୍ୟ ରହିଥିଲେ । ଶାଶୁ ବୋହୂଙ୍କ କଳି ଯୋଗୁଁ ଗାଡି ଚଳାଉଥିବା ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାଯାଇଛି ।

Get real time updates directly on you device, subscribe now.