fbpx

ପୁଣି ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତର ଚାର୍ଟର ପ୍ଲେନ: କାହିଁକି ବାରମ୍ବାର ଘଟୁଛି ଏମିତି ପରିସ୍ଥିତି ?

ଗତ କିଛି ଦିନରୁ ଭାରତର ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି । ସ୍ପାଇସ ଜେଟ ସହିତ ଅନ୍ୟାନ୍ୟ ଏୟାରଲାଇନ୍ସରେ ଏପରି ତ୍ରୁଟି ପରିଲକ୍ଷିତ ହେଉଛି । ଯାହା ଫଳରେ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ବାଧ୍ୟ ହେଉଛନ୍ତି ପାଇଲଟ୍ । ସେହିଭଳି ଆଉ ଏକ ଚାର୍ଟର ବିମାନ ସହ ଦେଖିବାକୁ ମିଳିଛି ଠିକ ସମାନ ଘଟଣା । ଫଳରେ ପାକିସ୍ତାନର କରାଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଭାରତର ଏହି ଚାର୍ଟର ବିମାନ ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭାରତରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ଅଚାନକ ପାକିସ୍ତାନରେ ଅବତରଣ କରିଛି । କରାଚି ସହରରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇମରଜେନ୍ସି ଲ୍ୟାଣ୍ଡ କରିଛି ଭାରତର ଏହି ଚାର୍ଟର ପ୍ଲେନ । କିନ୍ତୁ ଏଠାରେ ଅବତରଣ କରିବାର କାରଣ କ’ଣ ସେ ନେଇ କୌଣସି ସୂଚନା ଏଯାବତ ମିଳିପାରିନାହିଁ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିବା ଏହି ବିମାନଟି ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ରେ କରାଚିରେ ଅବତରଣ କରିଥିବା ସୂଚନା ମିଳିଛି ।

ତେବେ ଅବତରଣର କିଛି ସମୟ ପରେ ସମସ୍ତ ଯାତ୍ରୀଙ୍କୁ ନେଇ ବିମାନଟି ପୁଣିଥରେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ କେଉଁ କାରଣ ପାଇଁ ଅଚାନକ ଏହି ଚାର୍ଟର ପ୍ଲେନ କରାଚିରେ ଅବତରଣ କରିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ଏବେ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.