fbpx

ଦିଦି କ’ଣ ଡ୍ୟାନ୍ସ କଲେଣି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦା ନିଜର ସ୍ୱତନ୍ତ୍ର ଷ୍ଟାଇଲର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେନ୍ଦ୍ର ସରକାରଙ୍କୁ ସେ ବିଭିନ୍ନ ସମୟରେ ଆକ୍ରମଣାତ୍ମକ ଭଙ୍ଗୀରେ ସମାଲୋଚନା କରିଥାନ୍ତି । ତେବେ ନିକଟରେ ଦିଦି ରାଜନୀତି ପାଇଁ ନୁହେଁ, ବରଂ ଏକ ମନୋରଞ୍ଜନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଦି ଡ୍ୟାନ୍ସ କରୁଥିବା ଦେଖାଯାଇଛି ।

ଦୁଇବର୍ଷ ପରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ସ୍ୱାଧୀନତା ଦିବସ ଉପଲକ୍ଷେ ରୋଡ୍ ଶୋ’ର ଆୟୋଜନ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିବାସୀ କଳାକାରଙ୍କ ସହ ଡ୍ୟାନ୍ସ କରିଥିଲେ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ରେଡ ରୋଡରେ ପତାକା ଉତ୍ତୋଳନ ପରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜ ନିଜର ପ୍ରତିଭା ଦେଖାଇଥିଲେ ।

ଜଙ୍ଗଲ ଅଞ୍ଚଳରୁ ଆସିଥିବା ଆଦିବାସୀମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରିଥିଲେ, ସେ ସମୟରେ ଦିଦି ନିଜକୁ ସମ୍ଭାଳି ପାରିନଥିଲେ । ମୁଖ୍ୟମନ୍ତ୍ରୀ ନିଜ ଆସନରୁ ଉଠି ମଞ୍ଚରେ ଅନ୍ୟ କଳାକାରଙ୍କ ସହ ଡ୍ୟାନ୍ସ କରିଥିଲେ । ତେବେ ଦିଦିଙ୍କୁ ଡ୍ୟାନ୍ସ କରୁଥିବାର ଦେଖି ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ଡ୍ୟାନ୍ସରେ ସାମିଲ ହୋଇଥିଲେ । ମମତାଙ୍କ ଏହି ଡ୍ୟାନ୍ସ ଦେଖି ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ତାଙ୍କର ଯେ ଏକ ଛୋଟିଆ ଓ ସରଳ ହୃଦୟ ରହିଛି, ଏକଥା ମମତା ସମସ୍ତଙ୍କୁ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ।

Get real time updates directly on you device, subscribe now.