fbpx

ରାତିରେ ମହିଳା ଶିକ୍ଷକଙ୍କ ଘରକୁ ଆସିଥିଲେ SDM, ବାହାରୁ ତାଲା ମାରିଦେଲେ ଲୋକେ, ଭିତରେ…

ରାଜସ୍ଥାନରେ ଜଣେ ଏସଡିଏମଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ନିଶ୍ଚୟ ଚକିତ ହୋଇଯିବେ । କାରଣ ଏସଡିଏମ ଜଣଙ୍କ କାରନାମା ହିଁ କିଛି ଏଭଳି ଥିଲା । ପ୍ରକୃତରେ ଏସଡିଏମ ଦୁଇ ଦିନ ତଳେ ସରକାରୀ ଶିକ୍ଷକଙ୍କ ଘରକୁ ଯାଇଥିଲେ, ତାହା ପୁଣି ବିଳମ୍ବିତ ରାତିରେ ଯାହା ତାଙ୍କୁ ଭାରି ପଡ଼ିଛି ।

ପ୍ରକୃତରେ ପାଲି ଜିଲ୍ଲାର ମାରୱାଡ଼ ଜଙ୍କସନରେ ନିୟୋଜିତ SDM ଅଜୟ ଅମରାବତ ଦୁଇ ଦିନ ତଳେ ମାରୱାଡ଼ ଜଙ୍କସନର ଗୁଡ଼ା ମୋକମ ସିଂହ ଗାଁରେ ବିଳମ୍ବିତ ରାତିରେ ନିଜ ସରକାରୀ ଗାଡ଼ିରେ ସ୍କୁଲ ଶିକ୍ଷକଙ୍କ ଘରେ ପହଞ୍ଚିଥିଲେ । ଏହି କଥା ଆଖ ପାଖ ଲୋକେ ଜାଣିବା ପରେ ଉଭୟଙ୍କୁ ତାଲା ପକାଇଦେଇଥିଲେ ଏବଂ  ଗ୍ରାମବାସୀ ରାତିସାରା ସେଠାରେ ଜଗି ରହିଥିଲେ । ରାତିରେ ତ’ ଉଭୟ ଜାଣିପାରିନଥିଲେ କିନ୍ତୁ ସକାଳେ କବାଟରେ ତାଲା ଏବଂ ଏତେ ଲୋକଙ୍କ ଭିଡ଼ ଦେଖି ଡ଼ରିଯାଇଥିଲେ ।

ସେଦିନ ପ୍ରିନ୍ସିପାଲ ତ’ ପୋଲିସ ଧମକ ଦେଇ ଖସିଯାଇଥିଲେ କିନ୍ତୁ ଏସଡିଏମ ଘରେ ବନ୍ଦୀ ରହିଥିଲେ । ଦ୍ୱିପହରରେ ପୋଲିସ ଥାନା ଇନଚାର୍ଜଙ୍କ ସହାୟତାରେ ବାହାରିଥିଲେ, ଆଉ ମୁହଁ ଲୁଚାଇ ନିଜ କାରରେ ଘରକୁ ଯାଇଥିଲେ ।

ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ଯାଞ୍ଚରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ନିଲମ୍ବନ କରିଛନ୍ତି । ଅବଶ୍ୟ ଏସଡିଏମ ନିଜକୁ ବଦନାମ କରାଯାଉଥିବା କହିଥିଲେ ଏବଂ ସେ ସେଠାରେ ନଥିଲେ ବୋଲି କହୁଥିଲେ, କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଲମ୍ବନ ପରେ ଘଟଣାରେ ମୋହର ଲାଗିଥିଲା ।

Get real time updates directly on you device, subscribe now.