fbpx

ଜାରି ରହିଛି ବନ୍ୟା ବିଭୀଷିକା: କୋରାପୁଟରେ ବ୍ରିଜ୍ ଭୁଶୁଡ଼ିଲା

କୋରାପୁଟ: ରାଜ୍ୟରେ ଅନେକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଅନେକ ଗାଁ ଜଳମଗ୍ନ ହେବା ସହ କିଛି ଗାଁରେ ଘରେ ପାଣି ପସିଲାଣି । ବନ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ହୀରାକୁଦରେ ମଧ୍ୟ ଗୋଟିଏ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି । ଆଜି ରାତି ସୁଦ୍ଧା ହୀରାକୁଦରେ ୪୦ ଟି ଗେଟ୍ ଖୋଲାଯିବ । ଫଳରେ ଆହୁରି ଅଧିକ ସ୍ଥାନରେ ବନ୍ୟା ହେବା ନେଇ ଅନୁମାନ କରଯାଉଛି ।

ଏହାରି ମଧ୍ୟରେ ବନ୍ୟାକୁ ନେଇ ଆସିଛି ଆଉ ଏକ ଖବର । କୋରାପୁଟ ବଙ୍ଗଳାଗୁଡ଼ା ନିକଟ ୩୨୬ ନମ୍ବର ରାଜ୍ୟ ରାଜପଥରେ ଭାଙ୍ଗିଲା ବ୍ରିଜ୍ । ୬୦ ଫୁଟ୍ ଲମ୍ବର ବ୍ରିଜ୍ ଭାଙ୍ଗି ୨୦ ଫୁଟ୍ ତଳକୁ ଦବିଯାଇଛି ଫଳରେ ରାୟଗଡ଼ା ଓ କୋରାପୁଟ୍ ମଧ୍ୟରେ ଗମନାଗମନ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.