fbpx

୩ଟି ଜିଲ୍ଲାର ଦୁର୍ଦ୍ଦଶା ବଢ଼ିବ, ରାଜ୍ୟକୁ ମାଡ଼ି ଆସିବ ବିପଦ: ହୀରାକୁଦରେ ୩୬ଟି ଗେଟ୍ ଖୋଲିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପଜନିତ ବର୍ଷା ପାଇଁ ରାଜ୍ୟବାସୀ କଲବଲ ଭୟଙ୍କର ଭାବେ ହେଉଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀ ଓ ହୀରାକୁଦର ବନ୍ୟାଜଳ ଅସମ୍ଭାଳ କରି ପକାଇଲାଣି । ଏହା ମଧ୍ୟରେ ହୀରାକୁଦର ୩୬ଟି ଗେଟ୍ ଖୋଲିଥିବା ବେଳେ ମୋଟ ୪୦ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ରାତି ୮ଟା ପରେ ୪୦ଟି ଗେଟ ଦେଇ ଜଳ ନିଷ୍କାସନ ହେବ ବୋଲି କୁହାଯାଇଛି ।

ଏବେ ହୀରାକୁଦର ବାମ ପାଟର ୨୩ଟି ଓ ଦକ୍ଷିଣ ପାଖର ୮ଟି ଗେଟରେ ଜଳ ନିଷ୍କାସନ ହେଉଛି । ରାତି ୮ଟା ପରେ ପର୍ଯ୍ୟାୟକ୍ରମେ ୯ଟି ଗେଟରେ ଦେଇ ବନ୍ୟା ଜଳ ନିଷ୍କାସିତ ହେବ । ଏବେ ମୋଟ ୩୬ଟି ଗେଟରେ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ମୋଟ ୧୪ଟି ଗେଟ୍ ଖୋଲାଯିବ । ପୂର୍ବରୁ ୨୬ଟି ଓ ଆଜିର ୧୪ଟିକୁ ମିଶାଇ ମୋଟ ୪୦ଟି ଗେଟ୍ ଖୋଲିବ । ବର୍ତ୍ତମାନ ହୀରାକୁଦ ଡ୍ୟାମ ମଧ୍ୟକୁ ୬ ଲକ୍ଷ ୯୧ ହଜାର ୯୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳ ୬ ଲକ୍ଷ ୧୦ ହଜାର ୩ କ୍ୟୁସେକ୍ ଜଳ ବାହାରୁଛି । ଏହାଫଳରେ ମହାନଦୀର ତଳିଆ ଅଞ୍ଚଳର ଅଧିବାସୀଙ୍କ ଦୁର୍ଦ୍ଦଶା ବଢ଼ିବାର ଆଶଙ୍କା ଦେଖାଯାଇଛି । ବିଶେଷ କରି ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର ମହାନଦୀ କୂଳିଆ ଗ୍ରାମଗୁଡ଼ିକର ସମସ୍ୟା ବଢ଼ିବ ।

ମହାନଦୀରେ ପ୍ରବଳ ବନ୍ୟା ଜଳ କାରଣରୁ ଏହାର ଶାଖା ନଦୀଗୁଡ଼ିକରେ ଜଳ ନିଷ୍କାସିତ ହୋଇ ପାରୁନାହିଁ । ଫଳରେ ଶାଖାନଦୀଗୁଡ଼ିକର ପାଣି ଗାଁ ଗଣ୍ଡାରେ ପ୍ରବେଶ କରିବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ହୀରାକୁଦରେ ପର୍ଯ୍ୟାୟକ୍ରମେ ଆଜି ୪୦ଟି ଗେଟ୍ ଖୋଲି ଜଳ ନିଷ୍କାସନ ହେବା ଫଳରେ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ହେବ ବୋଲି କୁହାଯାଇଛି । ସେହିପରି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଲଘୁଚାପର ଆଶଙ୍କା ସମସ୍ତଙ୍କୁ ଘାରିଛି ।

Get real time updates directly on you device, subscribe now.