fbpx

ରାଜ୍ୟରେ ଭୟଙ୍କର ହେଉଛି ବନ୍ୟା ବିପତ୍ତି: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ବିପତ୍ତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ ରାଜ୍ୟର ବହୁ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଏବେ ରାଜ୍ୟର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖେିବାକୁ ମିଳିଛି । ତେବେ ବିଭିନ୍ନ ନଦୀରେ ଜଳସ୍ତର ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଆଗକୁ ଆହୁରି ଅନେକ ସ୍ଥାନରେ ବନ୍ୟା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ଏବେ ବିପଦ ସଂକେତ ଅତିକ୍ରମ କରିଛି । ନରାଜରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଏଠାରେ ବିପଦ ସଂକେତ ୨୬.୪୧ ମିଟର ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୨୭.୩୭ ମିଟର ରହିଛି । ଫଳରେ ଏଠାରେ ବନ୍ୟାକୁ ନେଇ ଆଶଙ୍କା ଧିରେ ଧିରେ ବଢିବାରେ ଲାଗିଛି । ସେହିପରି ବୈତରଣୀ ଆଖୁଆପଦାରେ ମଧ୍ୟ ବନ୍ୟାଜଳ ବିପଦସଂକେତ ଉପରେ ରହିଛି । ୧୮.୯୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ରେକର୍ଡ ହୋଇଛି ।

ଅନ୍ୟ ପକ୍ଷରେ ଜଳକା ମଥାନୀଠାରେ ମଧ୍ୟ ଏହି ବନ୍ୟାଜଳ ବିପଦ ସଂକେତ ଉପରକୁ ଯାଇଛି । ଏଠାରେ ପ୍ରବାହିତ ହେଉଥିବା ବନ୍ୟାଜଳର ସ୍ତର ରହିଛି ୬.୩୬ ମିଟର । ସେପଟେ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଜଳସ୍ତର ବୃଦ୍ଧି ପାଉଥିବା କାରଣରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.