fbpx

କଳିଯୁଗର ମାଆ: ସ୍ୱାମୀ ସହ ଝଗଡା ପରେ ଶିଶୁଙ୍କ ସହ କରିଲା ଏପରି କାଣ୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଯେଉଁଠି ଜଣେ ମାଆ ତାର ତିନି ଶିଶୁଙ୍କୁ ନିଜ ହାତରେ ହତ୍ୟା କରିଛି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାରିବାରିକ କଳହରୁ ଏପରି ଭୟଙ୍କର କାଣ୍ଡ ଭିହାଇଛି ଜଣେ ମାଆ ।

ଗାଜିପୁରର ସୁହୱଲ ଥାନା ଅନ୍ତର୍ଗତ ଭାନମାଲ ରାୟପଟ୍ଟି ଅଞ୍ଚଳରେ ଏକ ମାଆ ପାରିବାରିକ କଳହ କାରଣରୁ ତାର ୪ କଅଁଳ ଶିଶୁଙ୍କୁ ବିଷ ଦେଇ ଦେଇଛି । ଫଳରେ ତିନିଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଏହି ତିନିଜଣଙ୍କ ମଧ୍ୟରୁ ୨ଜଣ ପୁଅ ଓ ଜଣେ ଝିଅ ଥିବା କୁହାଯାଉଛି । ତେବେ ଗାଜିପୁର ଏସପି ଏହି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମାଆକୁ ଗିରଫ କରିଛନ୍ତି । ଅନ୍ୟପକ୍ଷେ ତିନି ଶିଶୁଙ୍କୁ ମୃତ୍ୟ ପରେ ପରିବାରର ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୁହୱଲ ଜନପଦ ଗାଜିପୁରର ବାସିନ୍ଦା ସୁନିତା ଯାଦବଙ୍କର ସ୍ୱାମୀ ବାଲେଶ୍ୱର ଯାଦବଙ୍କ ସହ ପରିବାରିକ କଥାକୁ ନେଇ କଳହ ହୋଇଥିଲା । ଯେଉଁଥିଲେ ସୁନିତା ରାଗିଯାଇ ତାଙ୍କର ୪ ଶିଶୁଙ୍କୁ ବିଷ ଦେଇ ଦେଇଥିଲେ । ଯେଉଁଥିରେ ୨ ପୁଅ ପ୍ରିୟାଂଶୁ ବୟସ ୮ ବର୍ଷ ଓ ହିମାଂଶୁ ବୟସ ୧୦ ଏବଂ ଝିଅ ସୁପ୍ରିୟାର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଚତୁର୍ଥ ଶିଶୁ ଶେରୁର ସ୍ୱସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡିଛି । ତେବେ ଦୋଷି ସୁନିତାକୁ ପୋଲିସ ଗିରଫ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଦାରୀ ରଖିଛି ।

Get real time updates directly on you device, subscribe now.