fbpx

କରୋନା: ବିଗିଢିଲା ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସୋଲେସନ ୱାର୍ଡରୁ ଆଇସିୟୁକୁ ଭର୍ତ୍ତି

ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଛି । ଏନେଇ ତାଙ୍କୁ ଆଇସୋଲେସନ ୱାର୍ଡରୁ ନେଇ ଆଇସିୟୁରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନମୁନାରେ କରୋନା ମିଳିବା ପରେ ସେ ମାର୍ଚ୍ଚ ୨୭ରେ ସେଲ୍ଫ ଆଇସୋଲେସନରେ ରହିଥିଲେ ।

କିନ୍ତୁ ତାଙ୍କ ୫ ଏପ୍ରିଲ ସନ୍ଧ୍ୟାରେ ଲଣ୍ଡନର ସେଣ୍ଟ ଥୋମାସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏପ୍ରିଲ ୬ ସନ୍ଧ୍ୟାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି ଯେ ସୋମବାର ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା । କିନ୍ତୁ ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା, ଫଳରେ ବାଧ୍ୟ ହୋଇ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଲା ।

Get real time updates directly on you device, subscribe now.