fbpx

ମାସ୍କରେ ସପ୍ତାହେ ଯାଏ ରହିପାରେ କରୋନା ଭୂ୍ତାଣୁ ,ବ୍ୟବହାର ପରେ ମାରନ୍ତୁ ନାହିଁ ହାତ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କର ବ୍ୟବହାର ନିହାତି ଜରୁରୀ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣା ରୁ ସ୍ପଷ୍ଟ ହୋଇଛି ଯେ ସର୍ଜିକାଲ ମାସ୍କରେ ଏକ ସପ୍ତାହ ଯାଏ ରହିପାରେ କରୋନା ଭୂତାଣୁ । ୟୁନିଭରସିଟି ଅଫ ହଂକଂ ପକ୍ଷରୁ ଏକ ଗବେଷଣା କରାଯାଇ ରୁମ୍ ଟେମ୍ପରେଚରରେ ଭୂତାଣୁ କେଉଁ ବସ୍ତୁ ଉପରେ କେତେ ସମୟ ରହିପାରେ ତାର ନିର୍ଯ୍ୟାସ ବାହାର କରାଯାଇଛି । ଏଥିରୁ ଜଣାଯାଇଛି କୈାଣସି ପେଣ୍ଟଂ ଓ ଟିସ୍ୟୁ ପେପର ଉପରେ ଭୂତାଣୁ ୩ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । କାଠ ଓ କପଡାରେ ଦିନକ ପରେ ଭୂତାଣୁ ମରିଯାଇଥାଏ । କାଚ ଉପରେ କିନ୍ତୁ ସପ୍ତାହ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଅଶ୍ଚର୍ଯ୍ୟ ଜନକ କଥା ହେଉଛି ଭୂତାଣୁ ବ୍ୟାପିବାରେ ରୋକ ଲଗାଉଥିବା ସର୍ଜିକାଲ ମାସ୍କ ଉପରେ ଭୂତାଣୁ ୭ ଦିନ ପର୍ଯ୍ୟନ୍ତ ରହିପାରେ ।ତେଣୁ ମାସ୍କ ବ୍ୟବହାର କରିବ ସେଥିରେ ହାତ ମାରନ୍ତୁ ନାହିଁ ।ଏହା ଆପଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି । ସେହିପରି ମାର୍କେଟିଂ କରିବାକୁ ବ୍ୟାଗ ନେଇ ଯାଉଥିଲେ ତାକୁ ଆଗାମୀ ଦିନଟିଏ ପାଇଁ ବ୍ୟବହାର ନକରି ଛାଡିଦିଅନ୍ତୁ ।

Get real time updates directly on you device, subscribe now.