fbpx

ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ,ମାଳିସାହି ଶୂନଶାନ

ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ । ଦେଶର ବଡ ବଡ ରେଡଲାଇଟ୍ ଏରିଆ କୋଲକତାର ସୋନାକାଛି ହେଉ ବା ମହାରାଷ୍ଟ୍ରର କାମଠିପୁରା ।ଏପରିକି ଆମ ଭୁବନେଶ୍ୱର ମାଳିସାହି ସବୁ ଶୂନଶାନ । ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ ଶୋଇଥାଏ, ଠିକ୍ ସେହି ସମୟରେ ଆରମ୍ଭ ହୋଇଥାଏ ଏମାନଙ୍କ ବ୍ୟବସାୟ । ରୋଜଗାର ପାଇଁ ନିଜ ଦେହକୁ ବିକ୍ରି କରିବାର ରାସ୍ତା ଏମାନେ ଆପଣେଇଥାନ୍ତି । ହେଲେ ଏମାନଙ୍କର ବି ଥାଏ ପିଲା ଛୁଆର ପରିବାର । ରାତିରେ ଯୌନ ପିପାଷୁ ମଣିଷକୁ ଖୁସି କରି ଯେଉଁ ଅର୍ଥ ଏମାନେ ଉପାର୍ଜନ କରିଥାନ୍ତି, ସକାଳୁ ସେହି ଟଙ୍କାରେ ହିଁ ପରିବାର ଚଳେ । ଏବେ ସମଗ୍ର ଦେଶ ଲକ୍ ଡାଉନ୍ । ଦେହ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ବନ୍ଦ । ଗ୍ରାହକ ଘରେ, ଦେହ ବ୍ୟବସାୟୀ ରାସ୍ତାରେ । ବିକ୍ଷୋକ୍ଷ କରିବାକୁ ନୁହେଁ, ପେଟ ପାଇଁ । କେଉଁ ଏନଜିଓ ସଂସ୍ଥା ଆସିବେ, ଖାଦ୍ୟ ଦେବେ । ଏହି ଆଶା ନେଇ ରାସ୍ତାରେ ଛିଡ଼ା ହୋଇ ରହୁଛନ୍ତି ଦେହ ବ୍ୟବସାୟୀ । ମୁମ୍ବାଇର କମାଠୀପୁରା ଦେହ ବ୍ୟବସାୟୀଙ୍କ ଏ ଚିତ୍ର ଦେଖିଲେ ଆପଣ ମଧ୍ୟ କିଛି ସମୟ ଭାବିବାକୁ ବାଧ୍ୟ ହେବେ । ଜଣେ ଦେହଜୀବୀ କହିଛନ୍ତି, ”ଆମେ କୌଣସି ରାସନ ପାଉନାହିଁ । ଦିନକୁ ଦିନ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି । ଆମେ କେବଳ ଖାଇବାକୁ ପାଉଛୁ, ତାହା ବି ବିଭିନ୍ନ ଏନଜିଓ ସଂସ୍ଥା ଦ୍ୱାରା ।” ଲକ୍ ଡାଉନ ବେଳେ ଏମାନଙ୍କ ଏକମାତ୍ର ଚିନ୍ତା, କେବେ ସବୁଠିକ୍ ହେବ । ଆଗଭଳି ଗ୍ରାହକ ଆସିବେ । ପରିବାର ପ୍ରତିପୋଷଣ ପାଇଁ ଅର୍ଥ ମିଳିବ ।

Get real time updates directly on you device, subscribe now.