ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଏପ୍ରିଲ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ନର୍ସ ଓ ଧାଇଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁଭେଚ୍ଛା ଜଣାଇଛି । ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛି । ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମାଜକୁ ସୁସ୍ଥ ରଖିବାରେ ସେମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ । କରୋନା ନେଇ ଭୟାବହ ଓ ବିପଦସଙ୍କୁଳ ଅବସ୍ଥାରେ ସେମାନେ ହେଉଛନ୍ତି ପ୍ରକୃତରେ ଆଗ ଧାଡ଼ିର ଯୋଦ୍ଧା ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
Uttarakhand Govt.
Protecting our doctors, nurses and other healthcare workers from CORONAVIRUS infection is our highest priority. All necessary protective gear is being provided to the medical workers attending to suspect/confirmed cases and the stocks are being augmented on a war footing.
— H & FW Dept Odisha (@HFWOdisha) April 7, 2020

