fbpx

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ନର୍ସ ଓ ଧାଈଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଏପ୍ରିଲ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ନର୍ସ ଓ ଧାଇଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁଭେଚ୍ଛା ଜଣାଇଛି । ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛି । ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମାଜକୁ ସୁସ୍ଥ ରଖିବାରେ ସେମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ । କରୋନା ନେଇ ଭୟାବହ ଓ ବିପଦସଙ୍କୁଳ ଅବସ୍ଥାରେ ସେମାନେ ହେଉଛନ୍ତି ପ୍ରକୃତରେ ଆଗ ଧାଡ଼ିର ଯୋଦ୍ଧା ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.