fbpx

ମାଓବାଦୀଙ୍କ ଘୋଷଣା,କରୋନା ପାଇଁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ବନ୍ଦ

କରେନା ଭୟ ନକ୍ସଲଙ୍କୁ ବି ଘାରିଛି । ଛତିଶଗଡ ଓ ସୀମାବର୍ତ୍ତୀ ଅଂଚଳର ମାଓବାଦୀ ମାନେ ପୋଷ୍ଟର ମାରି ଯୁଦ୍ଧବିରାମ ଘୋଷଣା କରିଛନ୍ତି । ମାଲାକନଗିରି ,କୋରାପୁଟ,ବିଶାଖାପାଟଣା ବର୍ଡର ଡିଭିଜନାଲ କମିଟିର ସଚିବ କୈଳାଶମଙ୍କ ତେଲଗୁ ଭାଷାରେ ଲେଖାଯାଇଥିବା ପ୍ରଚାରପତ୍ରରେ ଏହା ସ୍ପଷ୍ଠ ହୋଇଛି । ହାତ ଲେଖା ଏହି ପୋଷ୍ଟରରେ କୁହାଯାଇଛି କରୋନା ସହ ପୁରା ବିଶ୍ୱ ଲଢ଼ୁଛି । ଏହି ସମୟରେ ମାଓବାଦୀଙ୍କ ତରଫରୁ ପୋଲିସ ଉପରେ କୈାଣସି ଆକ୍ରମଣ କରାଯିବ ନାହିଁ । କିନ୍ତୁ ସୁରକ୍ଷାବଳ ପକ୍ଷରୁ ଯଦି ଆକ୍ରମଣ କରାଯାଏ ତେବେ ଏହାର ଜବାବ ଦିଆଯିବ । ତାଛଡା ପୋଷ୍ଟରରେ ସୋସିଆଲ ଡିଷ୍ଟାଣ୍ଟସିଂ ଓ ହାତ ଧୋଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.