ନୂଆଦିଲ୍ଲୀ: ହୋଟେଲ ଏବଂ ରେଷ୍ଟୁରାଣ୍ଟ ଦ୍ୱାରା ଲଗାଯାଉଥିବା ସର୍ଭିସ୍ ଚାର୍ଜ(Service Charge) ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଦିଲ୍ଳୀ ହାଇକୋର୍ଟ ଏହି ରୋକ୍ କୁ ହଟାଇଛନ୍ତି । ସର୍ଭିସ ଚାର୍ଜ ଉପରେ ନୂଆ ଶୁଣାଣି କରି ଦିଲ୍ଳୀ ହାଇକୋର୍ଟ କହିଛନ୍ତି ଯେ ସିସିପିଏ ଗାଇଡଲାଇନ ଉପରେ ରୋକ୍ ଜାରି ରହିବ ଏବଂ ରେଷ୍ଟୁରାଣ୍ଟ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ସର୍ଭିସ ଚାର୍ଜ ନେବା ପାଇଁ ସ୍ୱତନ୍ତ୍ର ।
ଗତ ଜୁଲାଇ ରେ ସେଣ୍ଟ୍ରାଲ୍ କନ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି ଅର୍ଥାତ୍(CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟ ରେ ଖାଦ୍ୟ ବିଲ ରେ ସ୍ୱତଃ ଲାଗୁଥିବା ସର୍ଭିସ୍ ଚାର୍ଜ ଯୋଡ଼ିବାକୁ ରୋକିଥିଲେ । ସିସିପିଏ ମୁଖ୍ୟ ଆୟୁକ୍ତ ଗାଇଡଲାଇନ୍ସରେ ସ୍ପଷ୍ଟ ଭାବରେ କହିଥିଲେ ଯେ କେହିବି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଲ୍ ରେ ସ୍ୱତଃ ଭାବରେ ସର୍ଭସ ଚାର୍ଜ ଯୋଡ଼ିପାରିବେ ନାହିଁ । ଏହା ସହ ଅନ୍ୟ କୌଣସି ନାମରେ ମଧ୍ୟ ସର୍ଭିସ ଚାର୍ଜ ନିଆଯାଇପାରିବ ନାହିଁ ।
ଗାଇଡଲାଇନ୍ସ ଅନୂଯାୟୀ, ସର୍ଭିସ ଚାର୍ଜ ଦେବା କିମ୍ବା ନଦେବା ଗ୍ରାହକଙ୍କ ଉପରେ ନିର୍ଭର କରେ, ରେଷ୍ଟୁରାଣ୍ଟ(Restaurant) ଏଥିପାଇଁ କୌଣସି ଭାବରେ ଗ୍ରାହକଙ୍କୁ ବାଧ୍ୟ କରିପାରିବେ ନାହିଁ । ଏହା ମଧ୍ୟ କୁହାଯାଇଥିଲା ଯେ ଯଦି କୌଣସି ଯେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ସର୍ଭିସ୍ ଚାର୍ଜ ଲଗାଉଛନ୍ତି ତେବେ ୧୯୧୫ ରେ ଅଭିଯୋଗ କରିପାରିବେ ।