fbpx

(Video) ୬ ଫୁଟର ନାଗ ଗିଳିଦେଲା ଚନ୍ଦନ ବୋଡାକୁ : ଭୟରେ ଛାନିଆ ହେଲେ ଲୋକେ…

ଅନେକ ସମୟରେ ସାପହିଁ ସାପର ଶିକାର କରୁଥିବା ଘଟଣା ଆପଣ ହୁଏତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଏକ ଅସଲି ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଏକ ନାଗ ସାପ ଆଉ ଏକ ଚନ୍ଦନ ବୋଡାକୁ ଗିଳିଦେଉଛି ।

ଏଭଳି ଏକ ଭିଡିଓ ଆସିଛି କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳର ୧୫ ନମ୍ବର ୱାର୍ଡରୁ । ୱାର୍ଡରେ ପାଣି ପଶିବା ଯୋଗୁଁ ସେଥିରେ ବୋଧହୁଏ ଏହି ସାପ ଦୁଇଟି ଚାଲିଆସିଥିଲେ । ଆଉ ଏହା ତା’ ପରର ଦୃଶ୍ୟ । ଭିଡିଓରେ ଦେଖାଯାଉଛି ଗୋଟିଏ ନାଗ ସାପ ଏକ ଚନ୍ଦନବୋଡାକୁ ଗିଳିପକାଇଥିଲା ।

ସେପଟେ ଏତେ ବଡ଼ ନାଗ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ ଆଉ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ, ଯାହାପରେ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ । କିନ୍ତୁ ଉଦ୍ଧାର ବେଳେ ହିଁ ନାଗ ସାପଟି ବୋଡା ସାପକୁ ବାନ୍ତି କରିଥିଲା। ତାପରେ ଦୁଇଟି ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.