fbpx

କେନ୍ଦ୍ରର CBI Gift,କାର୍ଯ୍ୟ କରିଲେ ମିଳୁଛି ଉପହାର

ନୂଆଦିଲ୍ଲୀ:କୁହନ୍ତି ଆପଣ ଯଦି କୌଣସି ଭଲ କାର୍ଯ୍ୟ କରୁଛନ୍ତି ତେବେ ଏହାର ଉପହାର ଆପଣଙ୍କୁ ନିଶ୍ଚୟ ମିଳିବ । କାହାକୁ ଟିକଏ ବିଳମ୍ବରେ ମିଳିପାରେ ତ ଆଉ କେଉଁଠି ବାସ କିଛି ଘଣ୍ଟା ମଧ୍ୟରେ ଆପଣଙ୍କୁ ଆପଣଙ୍କର କଷ୍ଟର ଫଳ ମିଳିଯାଏ ।
ଗତକାଲି ଆମେରିକାର ଚର୍ଚ୍ଚିତ ଖବରକାଗଜ ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଡିଆଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ବାସ ଖବର ପ୍ରକାଶ ପାଇବାର କିଛି ସମୟ ପରେ କେନ୍ଦ୍ର ତାର ଉପହାର ପଠାଇଛନ୍ତି । ଆଉ ଉପହାର ହେଉଛି ଶିଶୋଡିଆଙ୍କ ଘରେ ହୋଇଛି ସିବିଆଇ ରେଡ । ଏହି ରେଡ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଏହି କଥା ଲେଖିଛନ୍ତି ।ସେ କହିଛନ୍ତି ଆପଣ କରୁଥିବା କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଯେତେବେଳେ ପ୍ରଶଂସା କରାଯାଏ ଏଥିରୁ କେନ୍ଦ୍ର କିପରି ବାଦ ପଡିବ, କେନ୍ଦ୍ର ସରକାର ମଧ୍ୟ ଉପହାର ପଠାଇ ଦିଅନ୍ତି ।

ସୂଚନାମୁତାବକ ଆଜି ସିବିଆଇ ଦିଲ୍ଲୀର ୧୦ ଟି ସ୍ଥାନରେ ଚଢ଼ାଉ କରିଛି, ଯେଉଁଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘର ମଧ୍ୟ ସାମିଲ ରହିଛି । ଅରବିନ୍ଦ ତାଙ୍କ ଟ୍ୱିଟରେ ଏହି ଘଟଣା ଉପରେ ଅନେକ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି ସିବିଆଇଙ୍କୁ ସ୍ୱାଗତ କିନ୍ତୁ ଏହି ଚଢ଼ାଉରେ କିଛି ତାଙ୍କର ହାତରେ ଲାଗିବ ନାହିଁ ।

ସିବିଆଇ ରେଡ ଉପରେ ମନୀଷ କହିଛନ୍ତି ମୁଁ ସଚ୍ଚୋଟ ଅଟେ, ସିବିଆଇ ଆସିଛନ୍ତି ତାଙ୍କୁ ସ୍ୱାଗତ । ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ବର୍ତ୍ତମାନ ଗଠନ ହେଉଛି । ଏହା ସହିତ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଦେଶରେ ଯେଉଁମାନେ ଭଲ କାମ କରନ୍ତି କେନ୍ଦ୍ର ତାଙ୍କୁ ହଇରାଣ କରେ। ଆଉ ବାସ ଏହି କାରଣ ପାଇଁ ଆମ ଦେଶ ବର୍ତ୍ତମାନ ସୁଦ୍ଧା ଏକ ନମ୍ବର ହୋଇ ପାରୁ ନାହିଁ । ଏହା ସହ ସେ ସିବିଆଇଙ୍କୁ ଯାଞ୍ଚରେ ମଧ୍ୟ ପୁର୍ଣ୍ଣ ସହଯୋଗ ଦେବେ ବୋଲି କହିଛନ୍ତି ।

ଆପ ମୁଖିଆଙ୍କ ଦ୍ୱାରା କୁହାଯାଇଥିବା କଥାରେ ବହୁ ଲୋକ ତାଙ୍କର ସମର୍ଥନ ମଧ୍ୟ ଜଣାଇଛନ୍ତି । କିଛି କିଛି ଏଭଳି ମଧ୍ୟ ଲେଖିଛନ୍ତି କେନ୍ଦ୍ର ସିବିଆଇ ଆଉ ଅନ୍ୟ ଏଜେନ୍ସିଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛି । ତେଣୁ ଏହି ଭଳି ଗୋଡ ଟାଣିବା କାର୍ଯ୍ୟକୁ ବନ୍ଦ କରି ଯେଉଁମାନେ ଦେଶର ପ୍ରଗତିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ହଇରାଣ ନକରିବା ପାଇଁ କିଛି ଅନୁସରଣକାରୀ ଲେଖିଛନ୍ତି ।

Get real time updates directly on you device, subscribe now.