fbpx
BSKY
BJD SHG SKY
BJD YOUTH SKY

କଂଗ୍ରେସର ଅଧ୍ୟକ୍ଷ କିଏ ହେବ ? କମଲନାଥଙ୍କଠୁ ନେଇ ମୀରା କୁମାର ଏହି ସବୁ ନାଁ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ? ଏହା ଏମିତି ଏକ ପ୍ରଶ୍ନ ଯାହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଅଧ୍ୟକ୍ଷ ହେବା ନେଇ ଅନିଚ୍ଛା ପ୍ରକାଶ ପରେ ଏହି ମାମଲା ଏବେ ଆହୁରି ଜଟିଳ ହୋଇ ଯାଇଛି। ଆଶା କରାଯାଉଥିଲା ରାହୁଲ ଗାନ୍ଧୀ ପୁନର୍ବାର କଂଗ୍ରେସର ସଭାପତି ହେବେ। ତେବେ ବିଶେଷଜ୍ଞଙ୍କ କହିବା କଥା ସେ ଏହାକୁ ନେଇ ସେତେଟା ଉତ୍ସାହ ଦେଖାଉ ନାହାନ୍ତି।

୨୦୧୯ର ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳର ଦାୟିତ୍ଵ ସମ୍ଭାଳୁଛନ୍ତି। ପାର୍ଟିର କିଛି ବରିଷ୍ଠ ନେତାଙ୍କ କହିବା କଥା ପୁନର୍ବାର ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ସମ୍ଭାଳିବା ଉଚିତ୍। ଏହାକୁ ନେଇ ରାହୁଲଙ୍କ ଉପରେ ଏକ ପ୍ରକାର ଚାପ ପକାଯାଉଛି। ଏହି ଲୋକେ ଗାନ୍ଧୀ ପରିବାରର ବାହାର କୌଣସି ବ୍ୟକ୍ତିଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବାକୁ ସହମତ ନୁହନ୍ତି।

ଗାନ୍ଧୀ ପରିବାରର ବାହାର ବ୍ୟକ୍ତିଙ୍କୁ କରାଯାଉ ଅଧ୍ୟକ୍ଷ

କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ମତରେ ଗାନ୍ଧୀ ପରିବାରର ବାହାର ବ୍ୟକ୍ତିଙ୍କୁ ପାର୍ଟିର ସଭାପତି କରାଯିବାର ସମୟ ଆସି ଯାଇଛି। ଅନ୍ୟପଟେ ଗତ ତିନି ବର୍ଷରେ ପାର୍ଟି କୌଣସି ବଡ ନିର୍ବାଚନ ଜିତି ପାରି ନାହିଁ। ସବୁଠୁ ବଡ ପ୍ରଶ୍ନ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବାକୁ ମନା କରି ଦେଲେ ଏବଂ ସୋନିଆ ଗାନ୍ଧୀ ପଛକୁ ହଟିଲେ କଣ ହେବ ? କଂଗ୍ରେସ କାହାକୁ ପାର୍ଟିର ଅଧ୍ୟକ୍ଷ କରିବ ?

ଦଳିତ ଚେହେରାକୁ ଆଗକୁ ଆଣିବାକୁ ପ୍ରସ୍ତାବ

ଏହି ତାଲିକାରେ ମଧ୍ୟ ପ୍ରଦେଶର କଂଗ୍ରେସ ସଭାପତି କମଲନାଥଙ୍କ ନାମ ସବୁଠୁ ଆଗରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏ ନେଇ କମଲନାଥଙ୍କ ସହ ଦଳ ପକ୍ଷରୁ ଯୋଗାଯୋଗ କରାଯାଇଥିଲା, ହେଲେ ସେ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ ମଧ୍ୟ ପ୍ରଦେଶରେ ହିଁ ସକ୍ରିୟ ରାଜନୀତିରେ ରହିବାକୁ ଚାହାନ୍ତି। କଂଗ୍ରେସର କିଛି ନେତାଙ୍କ ପ୍ରସ୍ତାବ ଏହା ଯେ, ପାର୍ଟିର ଅଧ୍ୟକ୍ଷ ପଦ ପାଇଁ କୌଣସି ଦଳିତ ଚେହେରାକୁ ସାମ୍ନାକୁ ଆଣିବା ଉଚିତ୍। ଯଦି ଏମିତି ହୁଏ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପଛରେ ପଡିଯିବ।

ଏପରିକି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ମଲ୍ଲିକାର୍ଜୁନ ଖଡଗେ, ମୁକୁଲ ଓ୍ଵାସନିକ ଏବଂ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କ ନାମ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ତାଲିକାରେ ରହିଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ପଦ ପାଇଁ ବଡ ଦାବିଦାର ରହିଛନ୍ତି। ହେଲେ କିଛି ପୂର୍ବାନୁମାନକୁ ନେଇ କିଛି କୁହାଯାଇ ପାରିବ ନାହିଁ। କଂଗ୍ରେସ ଅଧ୍ୟକ୍ଷ କାହାକୁ କରାଯିବ ପାର୍ଟି ହାଇକମାଣ୍ଡଙ୍କ ପାଇଁ ଏହା ଏକ ମୁସ୍କିଲ କାମ।

Get real time updates directly on you device, subscribe now.