fbpx

(Video) କ୍ଲାସରୁମରେ ମ୍ୟାଡାମଙ୍କୁ ଏପରି କହିଦେଲା ଛାତ୍ର, ଯାହାକୁ ଶୁଣି ଲାଜେଇ ଗଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଛୋଟ ପିଲାମାନେ ଯେତେବେଳେ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି, ସେବେ ବାପା-ମାଙ୍କ ପରେ ସେମାନେ ମା’ଙ୍କ ପରେ ଗୁରୁଙ୍କ ସହ ଅତି ନିକଟତର ହୋଇଥାନ୍ତି । ଏହାର କାରଣ ହେଉଛଇ, ଶିକ୍ଷକମାନେ କେବଳ ସେମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ, ବରଂ ଭଲ କାମ କରିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି । ପିଲାମାନଙ୍କ ହୃଦୟ ଅତ୍ୟନ୍ତ ସଫା ହୋଇଥାଏ ଓ ସେମାନେ ଯାହା କୁହନ୍ତି ତାହା ହୃଦୟରୁ ଆସିଥାଏ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଛାତ୍ରର ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଜଣେ ଛାତ୍ର ନିଜ ଗୁରୁମାଙ୍କ ସାମ୍ନାରେ ଏପରି କଥା କହିଥିଲେ, ଯାହା ସମସ୍ତଙ୍କୁ ଖୁସି କରିଥିଲା । କ୍ଲାସରେ ବସିଥିବା ମ୍ୟାଡାମଙ୍କୁ ଦେଖି ପିଲାଟି ହସିବାକୁ ଲାଗିଥିଲା ଏବଂ ଏପରି କଥା କହିଲା ଯାହା ଶୁଣି ଗୁରୁମା ବହୁତ ଖୁସି ହୋଇଯାଇଥିଲେ ।

ତେବେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ପିଲା ସ୍କୁଲ ପୋଷାକରେ ତାଙ୍କ ମ୍ୟାଡାମ୍ ପାଖରେ ଛିଡା ହୋଇଛି । ସେ ତାଙ୍କ ପିଠିରେ ଏକ ବ୍ୟାଗ ଧରି ବେକରେ ଏକ ଆଇଡି କାର୍ଡ ପକାଇଛି । ପିଲାଟିର ମୁହଁରେ ହସ ଦେଖି ଲାଗୁଛି କି, ସେ ଏପରି କିଛି କହିବାକୁ ଯାଉଛି, ଯାହା ମ୍ୟାଡାମଙ୍କୁ ଖୁସି କରିଦେବ । ଏହି ସମୟରେ କ୍ଲାସରେ ଅନ୍ୟପିଲାମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁମାନେ ଗୁରୁମାଙ୍କ ଆଡକୁ ଚାହିଁ ରହିଛନ୍ତି ।

ପିଲାଟି ଗୁରୁମାଙ୍କ ପାଖକୁ ଆସିବା ମାତ୍ରେ କହିଥିଲା କି, ‘ଆପଣ ଯେତେବେଳେ ଶାଢ଼ୀ ପିନ୍ଧି ଆସିଥିଲ, ସେବେ ବହୁତ ସୁନ୍ଦର ଲାଗୁଥିଲ ।’ ଏହା ପରେ ଗୁରୁମା ପଚାରିଥିଲେ କି ଭଲ କାହିଁକି ଲାଗୁଥିଲି, ଯାହାର ଉତ୍ତର ଦେବାକୁ ଯାଇ ପିଲାଟି କହିଥିଲା କି, ‘ଆପଣଙ୍କ ଉପରେ ଶାଢ଼ୀ ଭଲ ମାନୁଥିଲା ।’

ତେବେ ୨୦ ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପିଲାଟିର କ୍ୟୁଟ୍ କଥା ଗୁରୁମାଙ୍କ ସମେତ ଲୋକମାନଙ୍କ ହୃଦୟ ମଧ୍ୟ ଜିତି ନେଇଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୯୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ୩୬୦୦ ରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି ।

Get real time updates directly on you device, subscribe now.