fbpx

ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଅଫିସ ଭିତରେ ପଶ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ ): ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ । ଏହି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀଙ୍କ ଚପଲରେ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଇଂରାଜୀ ବିଭାଗର ଅଧ୍ୟାପକ ନିଜ ଅଫିସରେ ବସିଥିବା ବେଳେ ଜଣେ ମହିଳା ଭିତର ପଟୁ କବାଟ ବନ୍ଦ କରି ତାଙ୍କୁ ଚପଲରେ ମାଡ଼ ମାରୁଥିଲେ । କବାଟ ବନ୍ଦ ଥିବାରୁ ଭେଣ୍ଟଲେସନ ପଟୁ ଏହି ଦୃଶ୍ୟ କଏଦ ହୋଇଛି ।

ଶନିବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଇଂରାଜୀ ବିଭାଗର ଅଧ୍ୟାପକ ତିରିଆ ନିଜ ଚାମ୍ବରରେ ବସିଥିବା ବେଳେ ତାଙ୍କ ପତ୍ନୀ ପ୍ରାୟ ୧୧:୫୦ ସମୟରେ ଆସି ପାଟି ତୁଣ୍ଡ କରିବା ସହ ରୁମରେ ପଶି ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ପ୍ରାୟ ଅଧ ଘଣ୍ଟା ସମୟ ଧରି ପାଟି ତୁଣ୍ଡ ସହ ମାଡ଼ ମାରିଥିଲେ । କଲେଜର ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ । କବାଟ ନ ଖୋଲିବାରୁ କିଛି କର୍ମଚାରୀ ଓ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ । କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଣ୍ଟଲେସନ ପଟୁ ଦେଖିବା ବେଳେ ଜଣେ ମହିଳା ଅଧ୍ୟାପକ ତିରିୟାଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା ।ମହିଳା ଜଣକ ପ୍ରଫେସରଙ୍କ ପତ୍ନୀ ବୋଲି ଜଣାପଡିଛି । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି । ଘରୋଇ କଳି ଏତେ ଅଧିକ ହୋଇଯାଇଥିଲା ଯେ ସେ କ୍ଳାସ ଭିତରକୁ ଆସି ଚପଲରେ ପିଟିବା ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି । ତେବେ ଅନ୍ୟ କିଛି କାରଣ ରହିଥାଇପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଥାନାରେ କୌଣସି ଅଭିଯୋଗ ହୋଇନାହି ପକ୍ଷ ପୂର୍ବରୁ ଏହି ବିଭାଗର ଆଉ ଜଣେ ଆସୋସିଏଟ ପ୍ରଫେସର ଟି ଈଶ୍ୱର ରାଓ ଜଣେ ବିଭାଗୀୟ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏବେ ଉକ୍ତ ମାମଲା ବିଶ୍ୱବିଦ୍ୟାଳୟରେ ବିଚାରାଧୀନ ରହିଛି ।

Get real time updates directly on you device, subscribe now.