ନୂଆଦିଲ୍ଲୀ: ଅନେକ ସମୟରେ ବିଚ୍ ରେ ଲୋକମାନେ ସନବାଥ୍ ବା ଖରାରେ ଶୋଇଥାନ୍ତି, ସାଧାରଣତଃ ଏହା ବିଦେଶରେ ବିଚ୍ ରେ ସନବାଥ୍ ନେବାକୁ ଖୁବ୍ ପସନ୍ଦ କରିଥାନ୍ତି ଲୋକେ । ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ମହିଳାଙ୍କୁ ବିଚରେ ସନବାଥ୍ (sunbath) ନେବା ଭାରି ପଡ଼ିଛି ।
ସିରିନ ମୁରାଦ ନାମକ ଜଣେ ୨୫ ବର୍ଷୀୟ ବ୍ରିଟିଶ୍ ମହିଳା ଏକ ଟ୍ରିପରେ ବୁଲଗେରିଆ ଯାଇଥିଲେ । ଯେଉଁଠାରେ ତାଙ୍କ ସହ କିଛି ଅଜବ ଘଟିଥିଲା । ତାଙ୍କ ଚେହେରା ସହ କିଛି ଏଭଳି ଘଟିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ପ୍ରକୃତରେ ମୁରାଦ ବୁଲଗେରିଆର ଏକ ବିଚ୍ ରେ ମୁରାଦ ଛୁଟି ମନାଇବାକୁ ଯାଇଥିଲେ । ଆଉ ସେଠାରେ ସନବାଥ୍ ନେଉଥିଲେ କିନ୍ତୁ ଯେତେବେଳେ ସେ ସନବାଥ୍ ରୁ ଉଠିଥିଲେ, ସେତେବେଳେ ତାଙ୍କ ଚେହେରା ପୂରା ପ୍ଲାଷ୍ଟିକ୍ ର ହୋଇଯାଇଥିଲା । ଯାହା ତାଙ୍କୁ ଖୁବ୍ ଯନ୍ତ୍ରଣା ମଧ୍ୟ ଦେଇଥିଲା ।
ଏହା ପରେ ସେ ଘରକୁ ଫେରିଯାଇଥିଲେ । ତେବେ ଏହାର ଚାରିଦିନ ପରେ ଧୀରେ ଧୀରେ ସେହି ପ୍ଲାଷ୍ଟିକ୍ ର ଚମଡ଼ା ବାହାରିଯାଇଥିଲା ଏବଂ ସେ ସୁସ୍ଥ ଅନୁଭବ କରିଥିଲେ । ତେବେ ସନସ୍କ୍ରିନ୍ ଲଗାଇନଥିବାରୁ ଏଭଳି ହୋଇଥିବା ନେଇ କହିଛନ୍ତି ମୁରାଦ ।