fbpx

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ

ନୁଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ଏହାକୁ ଭ୍ରଷ୍ଟାଚାର ଏବଂ ଔପଚାରିକ ସାକ୍ଷାତକାର ବୋଲି କହିଛି। ରାଷ୍ଟ୍ରପତି ମୁର୍ମୁଙ୍କ ବିବାଦୀୟ ବୟାନକୁ ନେଇ ରାଜନୈତିକ ଆରୋପ-ପ୍ରାତ୍ୟାରୋପ ପରେ ସୋନିଆ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

ଦ୍ରୌପଦୀ ମୁର୍ମୁ (୬୪) ୨୫ ଜୁଲାଇରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସେ ହେଉଛନ୍ତି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ସର୍ବକନିଷ୍ଠ ତଥା ପ୍ରଥମ ଆଦିବାସୀ। ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ ଦେଶର ସ୍ୱାଧିନତା ପରେ ଜନ୍ମ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦେଇଥିବା ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।

ଅଧିର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି କଂଗ୍ରେସ ଏବଂ ଅଧିର ରଂଜନ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଥିଲା। ଏପରିକି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଏବଂ ଗରିବ ବିରୋଧୀ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ସେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଥିଲେ । ଯାହାକୁ ନେଇ ସୋନିଆ ଏବଂ ସ୍ମୃତୀ ଇରାନୀ ମୁହାଁମୁହିଁ ହୋଇଥିଲେ। ତେବେ ବିବାଦ ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗିଥିଲେ। ସେ ନିଜର ଭୁଲ୍ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ମୁଁ ବଙ୍ଗାଳୀ ମୋର ହିନ୍ଦୀ ଭଲ ନୁହେଁ । ଯେଉଁ କାରଣରୁ ଏହି ଭୁଲ୍ ହୋଇଯାଇଛି।

Get real time updates directly on you device, subscribe now.