fbpx

ଶ୍ୱେତା ଆତ୍ମହତ୍ୟା ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ ବୟଫ୍ରେଣ୍ଡ ସୌମ୍ୟଜିତ୍! ଏବେ ଉଠିବ କି ପରଦା ଉପରୁ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ଏବେ ପୋଲିସ ହେପାଜତରେ ଥିବା ସୂଚନା ମିଳିଛି । ସୌମ୍ୟଜିତ ଚନ୍ଦ୍ରଶେଖରପୁର ପୋଲିସ ହେପାଜତରେ ଥିବା ଜଣାପଡିଛି । ତେବେ ସୌମ୍ୟଜିତ୍ ହେପାଜତରେ ଥିବା ପୋଲିସ ପକ୍ଷରୁ ହିଁ ସୂଚନା ମିଳିଛି ।

ତେବେ ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ପୂର୍ବରୁ ପୋଲିସ ନୋଟିସ ପଠାଇଥିବା ବେଳେ ୩୦୬ ଧାରା ଲଗାଇଥିଲା । ସୌମ୍ୟଜିତଙ୍କ ନାମରେ ଶ୍ୱେତାଙ୍କ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ । ତେବେ ଏହା ମଧ୍ୟରେ ସୌମ୍ୟଜିତ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ । ସୌମ୍ୟଙ୍କୁ ପୋଲିସ ୧୭ଟି ପ୍ରଶ୍ନ ପଚାରିଥିବା ବେଳେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଶ୍ୱେତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କର ବାପା ଅଭିଯୋଗ କରିଥିଲେ । ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ସୌମ୍ୟଜିତ ଦାୟୀ । ସୌମ୍ୟଙ୍କ ପରିବାର ଲୋକେ ଶ୍ୱେତାଙ୍କ ସହ ବିବାହ ପାଇଁ ୩୦ ଲକ୍ଷ ଯୌତୁକ ଦାବି କରିଥିବା ଶ୍ୱେତାଙ୍କ ଭାଇ ଅଭିଯୋଗ କରିଥିଲେ ।

ଅନ୍ୟପଟେ ଏହି ଘଟଣାରେ ସୌମ୍ୟଜିତଙ୍କୁ ନେଇ ଆସିଛି ଏକ ସିସିଟିଭି ଫୁଟେଜ୍ । ଏହି ଫୁଟେଜ ସୌମ୍ୟଙ୍କ ସମ୍ବଲପୁର ସ୍ଥିତ ବାସଭବନରୁ ଆସିଛି । ରାତିରେ ସୌମ୍ୟ ଜଣେ ଯୁବକଙ୍କ ସହ ଗାଡ଼ିରେ କୁଆଡ଼େ ଯାଇଥିବା ଫୁଟେଜରେ ଦେଖାଯାଉଛି । ତେବେ ସୌମ୍ୟ କାହା ସହ, କୁଆଡ଼େ ଓ କାହିଁକି ରାତିରେ ଯାଇଥିଲେ ସେନେଇ ଏବେ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.