ଏଥର ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା: BMC କମିଶନରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପାଇଁ ଗତ ୨ ବର୍ଷ ସବୁକିଛି ପୂଜା-ପର୍ବ ପାଳନ ଉପେର କଟକଣା ଲାଗିଥିଲା, ଫଳରେ ଲୋକମାନେ ନିରାଶ ହୋଇଥିଲେ । କିନ୍ତୁ କରୋନା ପ୍ରକୋପ କମିଥିବାରୁ ଲୋକମାନେ ଏଥର ଖୁସି ମନରେ ଏକଜୁଟ ହୋଇ ପୂଜା କରୁଛନ୍ତି । ଏହାରି ମଧ୍ୟରେ ଗଣେଶ ପୂଜାକୁ ନେଇ ସାମ୍ନାକୁ ଆସିଛି ଏକ ଖୁସିଖବର । ଏଥର ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା । ପରଦା ଆଢ଼ୁଆଳରେ ନୁହେଁ, ବରଂ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ । ଗଣେଶ ପୂଜାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଏହା ସହ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ କମିଶନର ଅପିଲ କରିଛନ୍ତି । ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ରାଜଧାନୀର କୁଆଖାଇ ଓ ଦୟା ନଦୀ କୂଳରେ ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ହେବ ବୋଲି ବିଏମସି କମିଶନର କହିଛନ୍ତି ।