fbpx
BSKY SKY
BSKY SKY

ଜବ୍ ସ୍କାମରେ ବଢିବ ମୁସ୍କିଲ ? ଏବେ ତେଜସ୍ଵୀ ଯାଦବଙ୍କ ମଲ୍ ଉପରେ ସିବିଆଇର ଚଢାଉ

BSKY

ପାଟନା: ବିହାର ବିଧାନସଭାରେ ବୁଧବାର ନୀତିଶ କୁମାର ଏବଂ ତେଜସ୍ଵୀ ଯାଦବଙ୍କ ସରକାର ବହୁମତ ସାବ୍ୟସ୍ତ କରିବେ। ହେଲେ ଏହା ପୂର୍ବରୁ ସିବିଆଇ ଆଜି ସକାଳୁ ଆରଜେଡିର ଅନେକ ନେତାଙ୍କ ବାସଭବନରେ ଚଢାଉ କରିଛି। ରେଲଓ୍ଵେରେ ଚାକିରି ବଦଳରେ ଜମି ଦେବା ଦୁର୍ନୀତିର ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ଆରଜେଡିର ଏମଏଲସି ସୁନୀଲ ସିଂହଙ୍କ ସମେତ ଚାରି ନେତାଙ୍କ ଠିକଣାରେ ସିବିଆଇ ଚଢାଉ କରିଛି। ଏପରିକି ତଦନ୍ତ ପରିଧି ଗୁରୁଗ୍ରାମ ପର‌୍ୟ୍ୟନ୍ତ ପହଞ୍ଚି ଗଲାଣି ଏବଂ ତେଜସ୍ଵୀ ଯାଦବଙ୍କ ମଲ୍ ଉପରେ ଚଢାଉ କରାଯାଇଛି। କ୍ୟୁବ୍ସ ୭୧ ମଲ୍ ଉପରେ ଚଢାଉ ପାଇଁ ସିବିଆଇ ଟିମ୍ ପହଞ୍ଚି ଯାଇଛି ଏବଂ ଯାଞ୍ଚ ଖୋଳତାଡ ଜାରି ରହିଛି। ସିବିଆଇ ସୂତ୍ର ଅନୁଯାୟୀ, ଏହି ମଲର ନିର୍ମାଣରେ ନିଯୁକ୍ତି ଦୁର୍ନୀତିରେ ମିଳିଥିବା ଟଙ୍କାର ବ୍ୟବହାର କରାଯାଇଛି। କୁହାଯାଉଛି ଏହି ମଲ୍ ତେଜସ୍ଵୀ ଯାଦବ ଏବଂ ତାଙ୍କ ସହଯୋଗୀଙ୍କ।

ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ରେଲଓ୍ଵେରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାର ତଦନ୍ତ ସିବିଆଇ କରୁଛି। ବୁଧବାର ସକାଳେ ସିବିଆଇ ପାଟନାରେ ଆରଜେଡିର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହ ଏବଂ ସାଂସଦ ଫୈୟାଜ ଅହମ୍ମଦଙ୍କ ଘର ଉପରେ ସିବିଆଇ ଚଢାଉ କରିଛି। ଏହି ମାମଲାରେ ସିବିଆଇ ପାଟନା, କଟିହାର ଏବଂ ମଧୁବନୀ ବ୍ୟତୀତ ଦିଲ୍ଲୀର ଅନେକ ଠିକଣାରେ ଚଢାଉ କରିଛି। ଏପରିକି ହରିୟାଣାର ଗୁରୁଗ୍ରାମରେ ତେଜସ୍ଵୀ ଯାଦବଙ୍କ ମଲ୍ ଉପରେ ଚଢାଉ ଜାରି ରହିଛି। ମୋଟ୍ ୨୫ଟି ଜାଗାରେ କେନ୍ଦ୍ରୀୟ ଏଜେନ୍ସି ଚଢାଉ କରିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି ଏବଂ ବିଜେପି ସରକାରକୁ ସହି ପାରୁନଥିବା ଆରଜେଡି କହିଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ କହିବା କଥା ଆମେ ଏହି ଧରଣର ଚଢାଉରେ ଡରିବା ଲୋକ ନୁହେଁ। ଆମ ବିରୋଧରେ ଏମିତି ପ୍ରଥମ ଥର ଘଟିନାହିଁ। ଏହା ବ୍ୟତୀତ ତେଜସ୍ଵୀ ଯାଦବ ଗୃହରେ ଏି ଚଢାଉକୁ ନେଇ ଜବାବ ରଖିବେ ବୋଲି କହିଛନ୍ତି। ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଆପଣମାନେ ମଧ୍ୟ ଗୃହରେ ରହିବେ। ଆମେ ସେଠାରେ ହିଁ ଏହି ସବୁ ମାମଲା ଉପରେ ଜବାବ ରଖିବୁ। ଆରଜେଡି ରାଜ୍ୟସଭା ସାଂସଦ ମନୋଜ ଝା କହିଛନ୍ତି, ଏହାକୁ ଇଡି, ଆଇଟି ଏବଂ ସିବିଆଇର ଚଢାଉ କହିବା ଭୁଲ୍ ହେବ। ଏହା ବିଜେପିର ରେଡ୍। ଏହି ସବୁ ଏଜେନ୍ସି ବିଜେପି ଅନୁସାରେ କାମ କରନ୍ତି। ଏହି ସବୁ କାର‌୍ୟ୍ୟାଳୟ ବିଜେପିର ସ୍କ୍ରିପ୍ଟ ମୁତାବକ କାମ କରନ୍ତି।

Get real time updates directly on you device, subscribe now.