fbpx

ବଙ୍ଗଳାରେ ଚାଲିଛି ତାଲିବାନ ଶାସନ କିଛି ଏଭଳି କହି ମମତାଙ୍କୁ ଟାର୍ଗେଟ କଲେ ବିଜେପି ନେତା ….

ପଶ୍ଚିମବଙ୍ଗ: ଗୋରୁ ଚୋରା ଚାଲାଣ ମାମଲାରେ ଅନୁବ୍ରତ ମୋଣ୍ଡାଲଙ୍କୁ ଗିରଫ କରାଯିବା ପରେ ଟିଏମସି ଛାତ୍ର ଓ ଯୁବ ସଂଗଠନ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ତଦନ୍ତ ଦାବି କରି ରାସ୍ତାକୁ ଓ଼ଲ୍ଲେଇ ଥିଲେ । ତେବେ ଏହି ଘଟଣା ରେ ସାମ୍ନାକୁ ଆସିଛନ୍ତି ବିଜେପି ନେତା ଦିଲୀପ ଘୋଷ । ବୁଧବାର ଦିନ ସକାଳ ଭ୍ରମଣ ରୁ ଫେରୁଥିବା ବେଳେ ବିଜେପି ସାଂସଦ ଦିଲୀପ ଏହି ପ୍ରସଙ୍ଗରେ ଫୋନ୍ ଯୋଗେ କହିଛନ୍ତି ଯେ ମମତା ବାନାର୍ଜୀ ବଙ୍ଗଳାରେ ତାଲିବାନୀ ରାଜ ସରକାର ଚଳାଉଛନ୍ତି।

ସିବିଆଇ, ଇଡି ଭଳି କେନ୍ଦ୍ରୀୟ ଏଜେନ୍ସି ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ କରି ମହିଳା ଟିଏମସି ନେତା ରାସ୍ତାରେ ଗର୍ଜୁଛନ୍ତି । ଦିଲୀପ ମଧ୍ୟ କହିଥିଲେ ସେ କହିଛନ୍ତି, “ସିବିଆଇ-ଇଡି କୁ ଡରାଯାଉଛି। ପରିସ୍ଥିତି ସୃଷ୍ଟି କରାଯାଉଛି ଯାହା ଦ୍ୱାରା ସେମାନେ ତଦନ୍ତ ଛାଡିଛନ୍ତି। ଏହା ଆଫଗାନିସ୍ତାନରେ ପରିଣତ ହୋଇଛି କି?

ଅନ୍ୟପକ୍ଷରେ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ପୂଜା କମିଟିକୁ ୬୦ ହଜାର ଟଙ୍କା ଦାନ କରିବେ। ୪୩,୦୦୦ ପୂଜା କମିଟି ୬୦,୦୦୦ ଟଙ୍କା ଅନୁଦାନ ପାଇବେ। ସେ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ସରକାରୀ କର୍ମଚାରୀମାନେ ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ପୂଜା ଛୁଟି ପାୱେଇବେ । ଦିଲୀପ ଏହି ପ୍ରସଙ୍ଗରେ ଦୃଢ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଦୁର୍ନୀତିରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ପୂଜା ପରିବେଶ ସୃଷ୍ଟି କରାଯାଉଛି। ତେଣୁ ପ୍ରଥମେ କ୍ଲବଗୁଡିକୁ ଅନୁଦାନ ଦିଆଯାଇଥିଲା।”

ସୂଚନାମୁତାବକ ମହିଳା ଟିଏମସି କାର୍ଯ୍ୟକର୍ତ୍ତା ତଥା ସମର୍ଥକମାନେ ଗୁରୁବାର ଦିନ କୋଲକାତାର ବିର୍ଲା ପ୍ଲାନେଟୋରିୟମରୁ ମାୟୋ ରୋଡରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଅଭିମୁଖେ ଯାତ୍ରା କରିବେ। ଏଥିରେମହିଳା ଟିଏମସି କେବଳ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ବିରୁଦ୍ଧରେ ନୁହେଁ, ବରଂ ରନ୍ଧନ ଗ୍ୟାସର ଆକାଶଛୁଆଁ ମୂଲ୍ୟ ଏବଂ ବିଲକିସ୍ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ମଧ୍ୟ ମାର୍ଚ୍ଚ କରିବେ।

Get real time updates directly on you device, subscribe now.