fbpx

ଯାତ୍ରୀବାହୀ ବସ୍ ସହ ‘ମୋ ବସ୍’ ମୁହାଁମୁହିଁ : ଭାଙ୍ଗିଗଲା କାଚ

ଗୋପ(ଓଡ଼ିଶା ଭାସ୍କର): ମଙ୍ଗଳବାର ସକାଳ ସମୟରେ ଗୋପ -କୋଣାର୍କ ରାସ୍ତାର ପାଟେଳିଆ ଛକ ନିକଟରେ ଗୋଟିଏ ଯାତ୍ରୀବାହୀ ବସ୍ ମୋ ବସକୁ ସାଇଟ୍ ନ ଦେବା ସହିତ ହଠାତ୍ ମୋ ବସ୍ ଆଗରେ ଯାତ୍ରୀବାହୀ ବସ୍ ଟି ରଖି ଦେବାରୁ ମୋ ବସ୍ ଗାଡ଼ି ପଛରୁ ଧକ୍କା ଦେଇଥିଲା । ଫଳରେ ଜଣେ ସାଢ଼େ ତିନି ବର୍ଷର ଶିଶୁକନ୍ୟା ଗୁରୁତର ହୋଇଥିଲା । ପରେ ଗୋପ ଥାନା ଅଧିକାରୀ ସୁନିଲ୍ କୁମାର ପ୍ରଧାନ ପହଞ୍ଚି ଏହି ଶିଶୁକନ୍ୟାକୁ ଗୋପ ମେଡ଼ିକାଲ ପଠାଇବା ସହ ଦୁଇ ଗୋଟି ବସକୁ ଥାନା କୁ ଆଣିଥିଲେ ।

ମୋ ବସ୍ ଡ୍ରାଇଭର ଅନାଦି ଚରଣ ନାଥ ଙ୍କ ଅଭିଯୋଗକୁ ନେଇ ଥାନା ମାମଲା ନମ୍ବର ୩୦୧/୨୨ ରେ ଏକ ମାମଲା ରୁଜୁ କରିଥିଲେ । ପ୍ରକାଶ ଯେ କିଛି ଦିନ ଧରି ମୋ ବସ୍ ଚଳାଚଳ କୁ ବିରୋଧ କରି ବେସରକାରୀ ବସ୍ ସଂଘ ମଧ୍ୟରେ ବିବାଦ ଚାଲିଥିବା ବେଳେ । ଯା ଆସ କରୁଥିବା ଯାତ୍ରୀମାନେ ମୋ ବସ୍ସେ ବା ଅଧିକ କରିବାକୁ ଦାବି କରୁଥିବା ବେଳେ ବେସରକାରୀ ବସ୍ରେ ଯାତ୍ରୀମାନେ କମ୍ପ ରିମାଣର ଯାଉଛନ୍ତି । ଫଳରେ ବେସରକାରୀ ବସ୍ ଗୁଡ଼ିକ ଏବେ କ୍ଷତି ରେ ଅଛନ୍ତି । ବେସରକାରୀ

ବସ୍ ସଂଘ ପକ୍ଷରୁ ଏହି ମୋ ବସ୍ ସେବା କୁ ବନ୍ଦ କରିବାକୁ ଦାବି ମଧ୍ୟ କରିଛନ୍ତି । ସରକାର ମୋ ବସ୍ ସେବା କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଚିନ୍ତା କରିବା ସହ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲିବାକୁ ଯାତ୍ରୀମାନେ ଦାବି କରୁଛନ୍ତି । ମଙ୍ଗଳବାର ସକାଳେ ମୋ ବସ୍ ନମ୍ବର ଓ,ଡି ୩୩ ରୁ,୯୩୧୦ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ କୋଣାର୍କକୁ ଯାଉଥିବା ସମୟରେ ମା ଗାୟତ୍ରୀ ନାମକ ଏକ ଘରୋଇ ବସ୍ଓ ଆର୍ ୦ ,୨- ଏଜେ- ୬୦୩୪ ମଧ୍ୟ କୋଣାର୍କ ଯାଉଥିଲା । ମାତ୍ର ଏହି ବେସରକାରୀ ବସଟି ମୋ ବସ୍ ଆଗରେ ଯିବା ସହିତ ବାଟ ନ ଛାଡିବାରୁ ଏପରି ଘଟଣା ଘଟିଥିଲା । ପରେ ବେସରକାରୀ ବସ୍ ର କର୍ମଚାରୀମାନେ ମୋ ବସ୍ ଡ୍ରାଇଭରଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କୁ ଗାଳି ମନ୍ଦ କରିବା ସହ ମାଡ଼ ମାରିବା ଲାଗି ଉଦ୍ୟମ କରିଥିଲେ । ଏପରି ଏକ ଘଟଣା ସଂପର୍କରେ ଅଭିଯୋଗ ପାଇ ଗୋପ ଥାନା ଅଧିକାରୀ ସୁନିଲ୍ କୁମାର ପ୍ରଧାନ ପହଞି ଗାଡ଼ି ଜବତ କରିବା ସହ ମୋକଦ୍ଦମା ରୁଜ୍ଜୁ କରି ୪୧ ଧାରା ରେ ବେଲ୍ ଦେଇଥିବା କୁହାଯାଇଛି ।

Get real time updates directly on you device, subscribe now.