fbpx
BSKY SKY
BSKY SKY

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଦଳରେ ୩ ଓଡ଼ିଆ ! ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଗାମୀ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ପାଇଁ ୨୯ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୩ ଜଣ ଜାଫର ଇକ୍‌ବାଲ, ନକୁଳ ବଡ଼ନାୟକ ଓ ସୁଖରାମ ମାଝୀଙ୍କୁ ସ୍ଥାନ ମିଳିଛି । ବିଶ୍ୱକପ୍‌ରେ ଆୟୋଜକ ଭାରତ ସହ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନେପାଳ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ବାଂଲାଦେଶ ଅଂଶଗ୍ରହଣ କରିବେ ।

ଚଳିତ ବର୍ଷ ଡିସେମ୍ବର ୫ରୁ ଦୃଷ୍ଟିହୀନ ଟ୍ୱେଣ୍ଟି- ୨୦ ବିଶ୍ୱକପ୍‌ ଭାରତର ବିଭିନ୍ନ ସ୍ଥାନରେ ଖେଳାଯିବ । ଏଥିଲାଗି ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କ୍ୟାବି) ଓ ସାମର୍ଥନାମ ଷ୍ଟ୍ରଷ୍ଟ ପ୍ରସ୍ତୁତ ହେଲାଣି । ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ହେବା ସକାଶେ ଭୋପାଳଠାରେ ସେପ୍େଟମ୍ବର ଓ ଅକ୍ଟୋବର ମଧ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ।

Get real time updates directly on you device, subscribe now.