fbpx

ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ: ଗିରଫ ପୂର୍ବରୁ କରୁଛନ୍ତି ଖସିବାର ବାଟ

ଭୁବନେଶ୍ୱର: ଭୁବନେଶ୍ୱରରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ଶ୍ୱେତାଙ୍କ ପ୍ରେମିକ ସୌମ୍ୟଜିତ ଏବେ “ବେଳ ଥାଉଁ ହୁଅ ସାବଧାନ’ ଫର୍ମାଟରେ ରହିଛନ୍ତି । ଗିରଫ ହେବା ପୂର୍ବରୁ ହିଁ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ସୌମ୍ୟ । ଆତ୍ମହତ୍ୟା ଘଟଣାରେ ତାଙ୍କ ନାଁ ଉଠିବା ପରେ ସେ ଏବେ ଜାମିନ ପାଇଁ ଆବେଦନ କରିଛନ୍ତି ।

ଗିରଫ ହେବା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ର । ଗିରଫଦାରୀକୁ ଏଡାଇବାକୁ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ ଜେରା ସମୟରେ ପୋଲିସ ତାଙ୍କ କଲ ରେକର୍ଡ କରିଛି । ସୌମ୍ୟ ଏବଂ ଶ୍ୱେତାଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର ରହିଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.