fbpx
BSKY
BJD MC SKY
BJD MS SKY

ଏସିଆ କପ ପାଇଁ ଟିମ ଇଣ୍ଡିଆରେ ନୂଆ ବୋଲର: ଦଳରେ ସାମିଲ କରିବାକୁ ବିସିସିଆଇର ନିଷ୍ପତ୍ତି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଭାରତୀୟ ଦଳରେ ହୋଇଛି ଏକ ବଡ ପରିବର୍ତ୍ତନ । ଏସିଆ ଯୁଦ୍ଧ ପୂର୍ବରୁ ଟିମ ସହ ଯୋଡି ହୋଇଛନ୍ତି ମଧ୍ୟପ୍ରଦେଶର ଜଣେ ଷ୍ଟାର ବୋଲର । ତେବେ କୌଣସି ଖେଳାଳିଙ୍କ ବିକଳ୍ପ ଭାବରେ ଦଳରେ ସାମିଲ ହୋଇ ନାହାନ୍ତି । ଟିମ ଇଣ୍ଡିଆର ପ୍ରାକ୍ଟିସ ପାଇଁ ନେଟ ବୋଲର ଭାବେ କୁଳଦୀପ ସେନଙ୍କୁ ନିୟୋଜିତ କରିଛି ବିସିସିଆଇ ।

ଆଇପିଏଲ-୨୦୨୨ରେ କୁଳଦୀପଙ୍କ ଜବରଦସ୍ତ ପ୍ରଦର୍ଶନ ଆଜି ଟିମ ଇଣ୍ଡିଆର କ୍ୟାମ୍ପରେ ପହଞ୍ଚାଇ ପାରିଛି । ରାଜସ୍ଥାନ ରୋୟଲ୍ସ ପକ୍ଷରୁ ଦମଦାର ବୋଲିଂ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଏହାପରେ ଆସନ୍ତା ଏସିଆ କପ ପାଇଁ ଭାରତୀୟ ଦଳର ନେଟ ବୋଲର ଭାବେ ଯୋଡି ହୋଇଛନ୍ତି କୁଳଦୀପ ସେନ । ୨୦୧୮ରେ ଫାଷ୍ଟ କ୍ଲାସ ଡେବ୍ୟୁ କରିଥିବା ଷ୍ଟାର ବୋଲର କୁଳଦୀପ ପୂର୍ବରୁ ବାପାଙ୍କ ସହ ସେଲୁନ ଚଳାଉଥିଲେ । କିନ୍ତୁ ଏବେ ଭାରତ ପାଇଁ ଜଣେ ଉଡ୍ଡୀୟମାନ ପ୍ରତିଭା ଏବଂ ଭାରତୀୟ କ୍ରିକେଟର ଭବିଷ୍ୟତ ।

Asia Cup 2022: Kuldeep Sen of Rajasthan Royals got a place in the Indian  team, the bowler left for Dubai – न्यूज़लीड India

କୁଳଦୀପ ସେନଙ୍କ ବ୍ୟତୀତ ଅଲରାଉଣ୍ଡର ଦୀପକ ଚହରଙ୍କୁ ନେଇ ମଧ୍ୟ ସୂଚନା ଦେଇଛି ବିସିସିଆଇ । ଦୀପକଙ୍କ ଆହତ ସମସ୍ୟାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ମୂଲ୍ୟହୀନ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ଏବେ ସେ ଦଳ ସହିତ ଦୁବାଇରେ ରହିଥିବା ବେଳେ ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛି ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.