fbpx

(Video) ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କୁ ଭୁଲ ମାଗିଲେ, ଆଉ ମୁଁ… ମୋର ଇଜ୍ଜତର କ’ଣ କିଛି ମୂଲ୍ୟ ନାହିଁ: ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶିଥିଳ ପଡ଼ିଯାଇଥିଲେ ହେଁ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ଏହା ମଧ୍ୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ବାବୁଙ୍କ ଉପରୁ କେସ୍ ଉଠାଇ ନେଇଛନ୍ତି । ଅନ୍ୟପକ୍ଷରେ ଗତ ୨୩ ତାରିଖରେ ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ହୋଇ ପ୍ରକୃତି ଏହି ପଦକ୍ଷେପ ନେଇଥିବା କହିଥିଲେ ।

ଏହା ମଧ୍ୟରେ ଅଭିନେତ୍ରୀ ପ୍ରକୃତି ଜିଲ୍ଲା ଦୌରାଜଜ ଓ ହାଇକୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି । କିଛିଦିନ ତଳେ ବାବୁସାନ ଏକ ଭିଡିଓ ଜାରି କରି ତାଙ୍କ ପତ୍ନୀ ଓ ଶ୍ୱଶୁରଙ୍କୁ କ୍ଷମା ମାଗିଥିଲେ । ଏଥିସହିତ ଆଉ ଏଭଳି ଭୁଲ୍ ହେବ ନାହିଁ ବୋଲି ତାଙ୍କର ଅଗଣିତ ପ୍ରଶଂସକଙ୍କୁ କଥା ଦେଇଥିଲେ । ବାପା ଉତ୍ତମ ମହାନ୍ତି, ମାଆ ଅପରାଜିତାଙ୍କ ମାନସିକ ସ୍ଥିତିକୁ ସୁଧାରିବା ସହ ଅସଜଡ଼ା ଘରକୁ ସଜାଡ଼ିବା ଲକ୍ଷ୍ୟରେ ବାବୁସାନ ଏହି ନିଷ୍ପତ୍ତି ନେଇଥିଲେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଭିଡିଓରେ ବାବୁସାନ ତାଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କୁ କ୍ଷମା ମାଗିଥିଲେ । ମାତ୍ର ପ୍ରକୃତିଙ୍କ ନାମ ନେଇ ନଥିଲେ । ତେବେ ଏହି ଭିଡିଓ ଦେଖି ସାରିବା ପରେ ପ୍ରକୃତିଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ କହିବା କଥା ହେଲା, ବାବୁସାନ ଯଦି ସ୍ତ୍ରୀ ଆଉ ଶ୍ୱଶୁରଙ୍କୁ କ୍ଷମା ମାଗି ପାରିଲେ ତେବେ ମୋତେ କାହିଁକି ନୁହେଁ । ମୋର ଇଜ୍ଜତର ମୂଲ୍ୟ କ’ଣ କିଛି ନାହିଁ । ତେବେ ବୋଧହୁଏ ପ୍ରକୃତି ଏକଥା କହିବାକୁ ଚାହୁଁଛନ୍ତି ଯେ, ତୁମେ ଯଦି ସମସ୍ତଙ୍କୁ କ୍ଷମା ମାଗି ଖୁସିରେ ରହିପାରିବ ରୁହ । ମାତ୍ର ବନ୍ଧୁ ପ୍ରକୃତିର ଇଜ୍ଜତର ମୂଲ୍ୟ ଦେବ କିଏ ।

Get real time updates directly on you device, subscribe now.