fbpx
BSKY
BJD MC SKY
BJD MS SKY

SAHARA Indiaରେ ଆପଣଙ୍କ ଅର୍ଥ ଫସି ରହିଛି କି: ଏହି Help Line ନମ୍ବରରେ ଅଭିଯୋଗ କରନ୍ତୁ, ସରକାର କରିବେ ତଦନ୍ତ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଆପଣଙ୍କ ପଇସା ସାହାରାରେ ଫସି ରହିଛି, ତେବେ ଗୋଟିଏ କଲରେ ଆପଣଙ୍କ ମନି ରିଫଣ୍ଡ ହୋଇଯିବ । ଏନେଇ କେନ୍ଦ୍ର ସରକାର ଏକ ହେଲପ ଲାଇନ ନମ୍ବର ଜାରି କରିଛନ୍ତି । ତେଣୁ ଆପଣମାନେ ଏହି ନମ୍ବରରେ କଲ କରି ନିଜର ଫାଇଦା ଉଠାଇ ପାରିବେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣମାନେ ସାହାରା ବ୍ୟତୀତ ଅନ୍ୟ ନନ୍ ବ୍ୟାଙ୍କିଂ କମ୍ପାନୀ ଓ କୋଅପରେଟିଭ୍ ସୋସାଇଟିରେ ଫସି ରହିଥିବା ଅର୍ଥ ପାଇଁ ଏହି ନମ୍ବରରେ ଅଭିଯୋଗ କରିପାରିବେ । ଖବର ମୁତାବକ, ନିକଟରେ ଝାରଖଣ୍ଡ ସରକାରଙ୍କ ଅର୍ଥ ବିଭାଗ ନନ ବ୍ୟାଙ୍କିଙ୍ଗ କମ୍ପାନୀ ଓ କୋଅପରେଟିଭ୍ ସୋସାଇଟି ବିରୋଧରେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି । ଅଭିଯୋଗ କରିବା ପାଇଁ ସରକାରଙ୍କ ତରଫରୁ ପୋଲିସ ହେଲପ ଲାଇନ ନମ୍ବର ୧୧୨ ଜାରି କରାଯାଇଛି ।

ଆପଣମାନେ ସାହାରା ଇଣ୍ଡିଆ ପରିବାରରେ ଫସି ରହିଥିବା ପଇସା ଫେରି ପାଇବା ପାଇଁ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ଅର୍ଥ ବିଭାଗ ଓ ରାଜ୍ୟ ଆର୍ଥିକ ଅପରାଧ ଶାଖା ମିଶି ଏହାର ଯାଞ୍ଚ କରିବେ । ସୂଚନାଯୋଗ୍ୟ ଯେ, ସାହାରରେ ଲୋକଙ୍କର କୋଟି କୋଟି ଟଙ୍କା ପଡ଼ି ରହିଛି । ଏନେଇ ରାଜ୍ୟ ବିଧାନସଭା ବଜେଟ ଅଧିବେଶନରେ ଜଣେ ବିଧାୟକଙ୍କ ତରଫରୁ ଏହି ପ୍ରସଙ୍ଗ ଉଠିଥିଲା । ଏହା ପରେ ସରକାର ହେଲପ ଲାଇନ ନମ୍ବର ଜାରି କରିଥିଲେ ।

Get real time updates directly on you device, subscribe now.