fbpx

(Video) ଆଳିରେ ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା, ପେଟରେ ଛୁଆ ଧରି… 

ଆଳି: ଆଳିରୁ ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସର ଗର୍ଭବତୀ  । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କରିଛି ୬୫ ବର୍ଷର ଅଜା ।

ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ ୬୫ ବର୍ଷୀୟ ଅଜା ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା । ଏବଂ କାହାକୁ ନ ଜଣାଇବାକୁ ଧମକ ଚମକ ଦେଇଥିଲା ଅଜା ।

ଝିଅର ଶରୀର ପରିବର୍ତ୍ତନକୁ ଲକ୍ଷ କରି ମାଆ ଓ ଭାଇବୋହୁ ତାଙ୍କୁ ପଚାରିବାରୁ ଝିଅ ସବୁ ସତକଥା ମାନିଥିଲା  । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଟ୍ରାସାଉଣ୍ଡରେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଫେରାର ହୋଇଯାଇଛି  । ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ ପୋସ୍କୋ ଆକ୍ଟ ଅନୁସାରେ କେଶ ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତ ବୃଦ୍ଧକୁ ଗିରଫ କରାଯିବ ବୋଲି ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ।

 

Get real time updates directly on you device, subscribe now.