fbpx

ଏହି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ: ଗଣେଶ ଚତୁର୍ଥୀରୁ ଆରମ୍ଭ ହେବ ଧନ ବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଗ୍ରହ ତିଥି ନକ୍ଷେତ୍ର ଏବଂ ସମୟକୁ ନେଇ ସେମାନଙ୍କ ଗତିପଥ ପରିବର୍ତ୍ତନ କରିଥାନ୍ତି । ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବା ସହ ବ୍ୟକ୍ତିଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତା ଅଗଷ୍ଟ ମାସ ୩୧ ତାରିଖରେ ଶୁକ୍ର ଗ୍ରହ ନିଜ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ । ତେବେ ସିଂହ ରାଶିର ସ୍ୱାମୀ ସର୍ଯ୍ୟ ପୂର୍ବରୁ ତାଙ୍କ ରାଶିରେ ବିରାଜମାନ ଅଛନ୍ତି ଏବଂ ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ଉଭୟ ଗ୍ରହ ଗୋଟିଏ ସ୍ଥାନରେ ବିରାଜମାନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଧନ, ବୈଭବ ସୌନ୍ଦଯ୍ୟର ଏବଂ ପ୍ରେମର ପ୍ରତିକ ହୋଇଥିବା ବେଳେ ସୂର୍ଯ୍ୟ ସଫଳତା, ଆତ୍ମବିଶ୍ୱାସ ଏବଂ ସାହାସର ପ୍ରତିକ ଅଟନ୍ତି । ତେବେ ଗଣେଶ ଚତୁର୍ଥୀରେ ଏହି ୨ ଗ୍ରହଙ୍କ ମିଳନ ୧୨ ରାଶି ଉପରେ ପ୍ରଭାବ ପକାଇବ । ସେଥି ମଧ୍ୟରୁ ଏହି ୪ ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ସହ ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶିବାଦ ମଧ୍ୟ ରହିବ ।

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଦେବ । ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହଜୀବନରେ ଥିବା ଅନେକ ସମସ୍ୟା ମଧ୍ୟ ଦୂର ହେବ । ଏତି ସହତି ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ରହିବ ।

ବୃଷ: ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ଯାହାଙ୍କ ପରିବର୍ତ୍ତନ ହେତୁ ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଏତି ସହିତ ମାନସମ୍ମାନ ବୃଦ୍ଧି ପାଇବ ଏବଂ କେଉଁଠାରୁ ଆପଣଙ୍କୁ ଶୁଭ ସମାଚାର ମିଳିବ ।

ସିଂହ: ଶୁକ୍ର ଗ୍ରହ ଗଣେଶ ଚତୁର୍ଥୀ ଦିନ ରାଶି ପରିବର୍ତ୍ତନ କରି ସିିଂହ ରାଶିରେ ପ୍ରବେଶ କରିବେ । ଫଳରେ ଏହି ରାଶିରେ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ ହେତୁ ଅନେକ ଶୁଭ ଫଳ ପ୍ରପ୍ତି ହେବ । ତେବେ ନୂତନ ଚାକିରୀର ସୁଯେଗ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ । ଏଥି ସହିତ କ୍ୟାରିୟରେ ଉନ୍ନତି ହେବ ।

କୁମ୍ଭ:ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବ । ଏଥିସହିତ ସେମାନଙ୍କୁ ମାନ ସମ୍ମାନ , ପଇସା, ଭଲପାଇବା ସବୁକିଛି ମିଳିବ । ଏଥି ସହିତ ବରିଷ୍ଠ ବ୍ୟକ୍ତିମାନଙ୍କ ସହେଯାଗ ମିଳିବ । ତେବେ ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କୃପା ମିଳିବ ।

Get real time updates directly on you device, subscribe now.