fbpx

ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ: ଦରମା ୧ ଲକ୍ଷ, ଏପରି କରନ୍ତୁ ଆବେଦନ

କଟକ: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ଓଡ଼ିଶା ହାଇକୋର୍ଟର ପରାମର୍ଶଦାତା (ଆଇନ) ଏବଂ କନ୍ସଲଟାଣ୍ଟ (ଇତିହାସ) ପଦରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଡେପୁଟେସନ୍ ଆଧାରରେ ସେବାରେ ଥିବା ପ୍ରଫେସର ଏବଂ ସମ୍ପୃକ୍ତ ବିଭାଗରେ ଅବସରପ୍ରାପ୍ତ ପ୍ରଫେସରମାନେ ଏଥିପାଇଁ ଆବେଦନ କରିପାରିବେ ।

ଯୋଗ୍ୟତା :-
ଆଇନରେ ପିଜି ଏବଂ କୌଣସି ସ୍ୱୀକୃତିପ୍ରାପ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଅତି କମରେ ୧୦ ବର୍ଷ ପାଇଁ ଆଇନରେ ଶିକ୍ଷାଦାନର ଅଭିଜ୍ଞତା ।

ବୟସ ସୀମା:-
ଆବେଦନ କରୁଥିବା ବ୍ୟକ୍ତି ୪୫ ବର୍ଷରୁ କମ୍ ଏବଂ ୬୮ ବର୍ଷ ବୟସରୁ ଅଧିକ ବୟସ୍କ ହୋଇନଥିବା ଆବଶ୍ୟକ ।

ଦରମା:-
ସେବା ପ୍ରାର୍ଥୀମାନେ: ପେ ଏବଂ ଭତ୍ତା ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ଏବଂ ଉକ୍ତ ପୋଷ୍ଟଗୁଡିକ ସହିତ ସଂଲଗ୍ନିତ ସୁବିଧା ପାଇବେ ।
ଅବସରପ୍ରାପ୍ତ ପ୍ରାର୍ଥୀ: ବେତନ ମାଇନସ୍ ପେନସନ୍ କିମ୍ବା ମାସକୁ ୧,୦୦,୦୦୦ ଟଙ୍କା ମିଳିପାରେ ।

ପଦବୀ:-
କନସଲଟାଣ୍ଟ (ଆଇନ୍) – ପୋଷ୍ଟ କନସଲଟାଣ୍ଟ (ଇତିହାସ) – ପୋଷ୍ଟ

ଶେଷ ତାରିଖ -:

୧୫ ସେପ୍ଟେମ୍ବର ୨୦୨୨ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ।

ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ଫର୍ମକୁ [email protected]ର ମେଲରେ ପଠାଇବା ଆବଶ୍ୟକ ।

Get real time updates directly on you device, subscribe now.