fbpx
BJD SKY
BJD SKY

ଚାଷୀଙ୍କୁ ବଡ ଉପହାର! କେନ୍ଦ୍ର ସରକାର ଦେଉଛନ୍ତି ୩ ଲକ୍ଷର ଫାଇଦା, ଜାଣନ୍ତୁ କେଉଁ ଲୋକଙ୍କ ଆକାଉଣ୍ଟରେ ଆସିବ ଟଙ୍କା?

BJD

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଯଦି ଆପଣ ଜଣେ ଚାଷୀ ଓ ପଶୁପାଳନ କରୁଛନ୍ତି ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆପଣଙ୍କୁ ୩ ଲକ୍ଷ ଟଙ୍କା ଫାଇଦା ମିଳିବ । ତେବେ କେନ୍ଦ୍ର ସରକାର କୃଷକଙ୍କ ଆୟ ବଢ଼ାଇବାକୁ ଅନେକ ଯୋଜନା ଆଣିଛନ୍ତି, ଯାହା ଅଧିନରେ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ ଏକ ଲାଭଦାୟକ ଯୋଜନା ବିଷୟରେ ଆସନ୍ତୁ ଜାଣିବା…

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କିସାନ କ୍ରେଡିଟ କାର୍ଡ ବ୍ୟତୀତ ପଶୁପାଳନ କରୁଥିବା ଚାଷୀଙ୍କୁ ସରକାର କ୍ରେଡିଟ କାର୍ଡର ସୁବିଧା ପ୍ରଦାନ କରୁଛନ୍ତି । ଏହି କାର୍ଡର ନାମ ହେଉଛି ପଶୁ କିଷାନ୍ କ୍ରେଡିଟ୍ କାର୍ଡ, ଯାହା ଅଧୀନରେ ଆପଣ ୩ ଲକ୍ଷ ଟଙ୍କା ଲାଭ ପାଇପାରିବେ ।

ପଶୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ସୁବିଧା ଯୋଗାଇ ଦିଆଯାଉଛି :-
ଗାଈ, ବଳଦ, ଛେଳି ପାଳିବା, ମାଛ ଚାଷ ଭଳି କାର୍ଯ୍ୟରେ ନିୟୋଜିତ ଥିବା ଚାଷୀଙ୍କୁ ସରକାର ଏହି କାର୍ଡ ପ୍ରଦାନ କରୁଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ରାଜ୍ୟ ତଥା ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ ଏବଂ ମାଂସର ଅଭାବ ସମଗ୍ର ଦେଶରେ ପୂରଣ ହୋଇପାରିବ ।

ଏହାପୂର୍ବରୁ ପଶୁପାଳକମାନଙ୍କୁ ବ୍ୟାଙ୍କରୁ ଲୋନ୍ ପାଇଁ ଆବେଦନ କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନଠାରୁ ସେମାନେ ଆବଶ୍ୟକ ସମୟରେ ପଶୁ କିସାନ୍ କ୍ରେଡିଟ୍ କାର୍ଡ ଅଧୀନରେ ସହଜରେ ଲୋନ୍ ପାଇପାରିବେ । ଏହା ବ୍ୟତୀତ ମୋଦୀ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ସୁବିଧା ପ୍ରଦାନ କରୁଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କିଷାନ କ୍ରେଡିଟ୍ କାର୍ଡକୁ ପଶୁପାଳନ ଏବଂ ମତ୍ସ୍ୟଚାଷ ସହିତ ସଂଯୁକ୍ତ କରାଯାଇଥିଲା । ଅର୍ଥାତ୍ ଯେଉଁ କୃଷକମାନେ ପିଏମ କିଷାନର ଲାଭ ଉଠାନ୍ତି ସେମାନେ ମଧ୍ୟ ଏହି କାର୍ଡଗୁଡ଼ିକର ସୁବିଧା ନେଇପାରିବେ ।

କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ :-

୧. କୃଷକର ଆଧାର କାର୍ଡ ।
୨. ପାନ୍ କାର୍ଡ ।
୩. କୃଷକଙ୍କ ଜମି ବିବରଣୀ
୪. ପାସପୋର୍ଟ ଆକାରର ଫଟୋ ।

ସରକାରଙ୍କ ଠାରୁ ସବସିଡି:-

ବର୍ତ୍ତମାନ ପଶୁପାଳନ କୃଷକମାନଙ୍କୁ କ୍ରେଡିଟ କାର୍ଡ ମାଧ୍ୟମରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଛି । ଏହି କ୍ଷେତ୍ର ପାଇଁ ଏହା ହେଉଛି ସର୍ବାଧିକ ଲୋନ୍ ସୀମା । ଏହି ଲୋନ୍ ଉପରେ ବ୍ୟାଙ୍କ ଦ୍ୱାରା ୭ ପ୍ରତିଶତ ହାରରେ ସୁଧ ଆଦାୟ କରାଯାଏ, କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ପଶୁପାଳକଙ୍କୁ ଏହା ଉପରେ ସବସିଡି ଦେଇଥାନ୍ତି । ଯଦି କୌଣସି କୃଷକ ଏହା ଉପରେ ସବସିଡି ନେବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ ବର୍ଷ ସମୟ ମଧ୍ୟରେ ଲୋନ୍ ପରିଶୋଧ କରିବାକୁ ପଡିବ ।

କେଉଁଠାରେ ତିଆରି କରିବେ କାର୍ଡ ?

ଆପଣ ନିଜ ଘର ନିକଟରେ ଥିବା ଯେକୌଣସି ସିଏସସି ସେଣ୍ଟର ଯାଇ କରି ଏହି କାର୍ଡ ତିଆରି କରିପାରିବେ ।

Get real time updates directly on you device, subscribe now.